ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ଅନଗୁଳ : ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଅନଗୁଳ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ସୁସୁଡ଼ା ପଞ୍ଚାୟତ ଆଁକୁଲା ଅଞ୍ଚଳରୁ ଏହି ମୃତଦେହ ଉଦ୍ଧାର ହୋଇଛି । ନାଲକୋ ସ୍ମେଲଟର୍ ପ୍ଲାଣ୍ଟ୍ ବାଉଣ୍ଡରି ନିକଟରେ ଏକ ନିଛାଟିଆ ସ୍ଥାନରେ ଏକ ଅର୍ଦ୍ଧଦଗ୍ଧ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକେ ଦେଖିବାକୁ ପାଇଥିଲେ। ଏନେଇ ନାଲକୋ ଥାନା ଓ ଟାଉନ ଥାନାକୁ ଖବର ଦେଇଥିଲେ। ଖବର ପାଇ ଉଭୟ ଟାଉନ ଥାନା ଓ ନାଲକୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, କିଛିମାସ ତଳେ ଉକ୍ତ ଅଞ୍ଚଳରେ ଏଭଳି ଏକ ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁନର୍ବାର ଏଭଳି ଘଟଣା ଘଟିଥିବା ହେତୁ ତାହା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
