ପାରିବାରିକ କଳହ ନେଲା ଦୁଇ ଜୀବନ : ବିଷ ପିଇ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ
ସାନଖେମୁଣ୍ଡି : ଗଞ୍ଜାମ ଜିଲାରେ ଅଭାବନୀୟ ଘଟଣା। ପାରିବାରିକ କଳହ ନେଲା ଦୁଇ ଜୀବନ। ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।
ସୂଚନା ଯେ, ଗଞ୍ଜାମ ଜିଲା ପାଟପୁର ଥାନା ପୋଡାମାରି ଭଞ୍ଜସାହିରେ ପାରିବାରିକ କଳହକୁ ନେଇ ସ୍ୱାମୀ ଓ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିଲେ । ମୃତକ ହେଲେ ସନ୍ତୋଷ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ନୟନି ଗୌଡ଼ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡିନାହିଁ । ତେବେ ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସନ୍ତୋଷଙ୍କ ଘରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ନୟନିଙ୍କୁ ଦିଗପହଣ୍ଡି ମେଡ଼ିକାଲୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ହୋଇଛି
