ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଫଳରେ ଚଳଚଞ୍ଚଳ ହୋଇ ପଡିଛି ପଶ୍ଚିମ ଓଡିଶା। ସକାଳ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ମା’ସମଲେଇଙ୍କ ନିକଟରେ ଲାଗି ହେବ ନବାନ୍ନ। ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଉଛି ନୂଆଁଖାଇ।
ଗଣପର୍ବ ନୂଆଁଖାଇର୍ ଲାଗି ସମକୁ ହୁରୁଦରୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ତିହାର୍ ଭିତରେବି ସଭେ କୋଭିଡ୍ ନିୟମ୍ ମାନୁନ୍। ମାଁ ସମଲେଇ ସମକୁ ସୁଖ୍ ଶାନ୍ତି ଥି ବନେ କରି ରଖିଥାଉନ୍। #ନୂଆଁଖାଇଜୁହାର ? pic.twitter.com/AsIUhLzBVU
— Naveen Patnaik (@Naveen_Odisha) September 11, 2021
ଏହି ଅବସରରେ ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇଲେ ମୁଖ୍ୟମନ୍ତ୍ରୀ। ବିଶେଷ କରି ପଶ୍ଚିମ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଭିଁଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ କୋଭିଡ ନିୟମ ପାଳନ ଉପରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ମା’ସମଲେଇଙ୍କ ନିକଟରେ ସମସ୍ତଙ୍କ ସୁଖଶାନ୍ତି କାମନା କରିଛନ୍ତି।
