ରାଜ୍ୟରେ ଆଉ ୬୩୦ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୧୧୬ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଏବେ ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୧୩୦ ଜଣ ପଜିଟିଭ ଚିହ୍ନଟ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶନିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୬୮ ଓ ସ୍ଥାନୀୟ ଅଞ୍ଚଳରୁ ୨୬୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୧୬ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୫ହଜାର ୭୧୩କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫ ଜଣ ଥିବାବେଳେ ବାଲେଶ୍ୱରରୁ ୨୩ ଜଣ, ବଲାଙ୍ଗୀରରୁ ୩, ବରଗଡ଼ରୁ ୪ ଜଣ, ଭଦ୍ରକରୁ ୧୦ ଜଣ, ବୌଦ୍ଧରୁ ୧ ଜଣ, କଟକରୁ ୧୧୮ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୧୨ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ୧୧ ଜଣ, ଯାଜପୁରରୁ ୩୨ଜଣ, ଝାରସୁଗୁଡ଼ାରୁ ୧ ଜଣ, କଳାହାଣ୍ଡିରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୮ ଜଣ, କେଉଁଝରରୁ ୪ ଜଣ, ଖୋର୍ଦ୍ଧାରୁ ୨୨୧ ଜଣ, କୋରାପୁଟରୁ ୯ ଜଣ, ମାଲକାନଗିରିରୁ ୪ ଜଣ, ମୟୁରଭଞ୍ଜରୁ ୨୦ ଜଣ, ନବରଙ୍ଗପୁରରୁ ୨ ଜଣ, ନୟାଗଡ଼ରୁ ୧୭ ଜଣ, ନୂଆପଡ଼ାରୁ ୧ ଜଣ, ପୁରୀରୁ ୧୬ ଜଣ, ରାୟଗଡ଼ାରୁ ୭ ଜଣ, ସମ୍ୱଲପୁରରୁ ୧୩ ଜଣ, ସୁନ୍ଦରଗଡ଼ରୁ ୨୨ ଜଣ ଓ ରାଜ୍ୟ ପୁଲରୁ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦,୧୫, ୭୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦,୦୦,୫୪୮ ଜଣ ସୁସ୍ଥ ହୋଇଥିବା ବେଳେ ୭,୦୨୦ ଜଣ ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୮୭,୯୩,୯୯୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।
