୧୫କିଲୋ ଓଜନ ହ୍ରାସ ପରେ କମେଡି କୁଇନଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି
ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କମେଡି କୁଇନ ଭାରତୀ ସିଂହ କୁ ତ ନିଶ୍ଚିତ ଜାଣିଥିବେ। ସେ କମେଡି ଦୁନିଆରେ ନିଜର କଳାର ପ୍ରଦର୍ଶନ କରି ଚର୍ଚ୍ଚାରେ ଥିବା ବେଳେ ଓଜନକୁ ନେଇ ସବୁବେଳେ କମେଡି କରି ଏବଂ ନିଜର ମଜାକ ଉଡାଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ବର୍ତ୍ତମାନ ପୁଣି ସେ ଚର୍ଚ୍ଚାରେ। ଏଥର କମେଡି କୁଇନ ଭାରତୀ ସିଂଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସେ ପୂର୍ବ ଅପେକ୍ଷା ଅଧିକା ଫିଟ ଦେଖାଯାଉଛନ୍ତି। ସେ ବର୍ତ୍ତମାନ ନିଜର ଓଜନକୁ କମେଇ ସ୍ଲିମ ଟ୍ରିମ ହୋଇ ଯାଇଛନ୍ତି ।
ଭାରତୀ ପୂର୍ବରୁ ୯୧କିଲୋ ଓଜନ ଥିବା ବେଳେ ଏବେ ସେ ୭୬କିଲୋରେ ପହଞ୍ଚିଛନ୍ତି। ତେବେ ଓଜନ ହ୍ରାସକୁ ନେଇ ଭାରତୀ କହିଛନ୍ତି, ମୁଁ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଛି କି ଏତେ କିଲୋ ଓଜନ କେମିତି ହ୍ରାସ କରିପାରିଲି। ମୋର ବିଶ୍ବାସ ଯେ ଆପଣ ଯଦି ନିଜକୁ ଭଲ ପାଇବେ ନାହିଁ ତେବେ ଆପଣଙ୍କୁ ବି କେହି ଭଲ ପାଇ ପାରିବେ ନାହିଁ।
ତେବେ ସେ ନିଜର ନୂଆ ଲୁକ କୁ ନେଇ ସେ ବର୍ତ୍ତମାନ ବହୁତ ଖୁସି ମଧ୍ୟ ଅଛନ୍ତି ଏବଂ ଏହି ଫ୍ୟାଟ ରୁ ଫିଟ ହୋଇ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଛନ୍ତି । କମେଡି କୁଇନ ଭାରତୀ ସିଂହ ନିଜର ୧୫ କିଲୋ ଓଜନ କମେଇ ଦେଇଛନ୍ତି ତେବେ ସେ ଦ କପିଲ ଶର୍ମା ଶୋ ରେ ମଧ୍ୟ ନିଜର ଓଜନ କମାଇବା କଥା କୁ ସ୍ୱୀକାର କରିଛନ୍ତି । ତେବେ ଭାରତୀ ଫିଟ ରହିବା ସହିିତ କିପରି ଓଜନ ହ୍ରାସ କରି ପାରିଲେ ତାହାକୁ ନେଇ କିଛିଟା କାରଣ ସାମ୍ନାକୁ ଆସିଛି। ସେ ଏଇ କିଛିଦିନ ହେବ ସେ ନିଜର ଖାଦ୍ୟ ପେୟ ର ଯତ୍ନ ନେବା ସହ ନିଜର ଡାଇଟିଂ କରିବା ସହ ତେଲ,ମସଲା ଖାଦ୍ୟ କମେଇ ଦେଇଛନ୍ତି ଏବଂ ଇଣ୍ଟରମିଟେଣ୍ଟ ଫାଷ୍ଟ ମଧ୍ୟ କରୁଛନ୍ତି । ସେହିପରି ସନ୍ଧ୍ୟା ୭ଟା ପୂର୍ବରୁ ରାତି ଭୋଜନ ଖାଇ ଥାଆନ୍ତି। ଆଉ ସନ୍ଧ୍ୟା ୭ଟାରୁ ଦିନ ୧୨ଟା ମଧ୍ୟରେ ସେ କୌଣସି ପ୍ରକାର ଖାଦ୍ୟ ଗ୍ରହଣ କରି ନଥାଆନ୍ତି। ୧୨ଟା ପରେ ତାଙ୍କ ଡାଏଟ ଅନୁଯାୟୀ ଖାଦ୍ୟ ସେ ଖାଇ ଥାଆନ୍ତି। ପ୍ରତିଦିନ ବ୍ୟାୟାମ କରିବାକୁ ଭୁଲନ୍ତି ନାହିଁ। ଆଉ ପ୍ରଚୁର ପାଣି ବି ପିଇ ଥାଆନ୍ତି ।
ତେବେ ଭାରତୀ କହିଛନ୍ତି କି ୩୦ ବର୍ଷ ହେବ ସେ ଖୁବ ଖାଇଛନ୍ତି ଏବଂ ଖାଦ୍ୟ ତାଙ୍କ ପ୍ରିୟ ଏବଂ ଦୁର୍ବଳତା ମଧ୍ୟ କିନ୍ତୁ ଏହି ଗୋଟିଏ ବର୍ଷ ସେ ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେଇଛନ୍ତି ଏବଂ ଡାଏଟ ଜରିଆରେ ନିଜର ଓଜନ କୁ କମାଇବା ରେ ସଫଳ ମଧ୍ୟ ହୋଇଛନ୍ତି । ତେବେ ଓଜନ କମିବା ପରେ ସେ ନିଜକୁ ବହୁତ ସୁସ୍ଥ ଅନୁଭଵ କରୁଛନ୍ତି ଏବଂ ତା ସହ ସେ ବହୁତ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି ।
ତେବେ ଭାରତୀ ଙ୍କ ର ଏହି ଫିଟ ପରେ ସ୍ବାମୀ ହର୍ଷ ମଧ୍ୟ ବହୁତ ଖୁସି ଅଛନ୍ତି କିନ୍ତୁ ସେ ତାଙ୍କ ମୋଟା ଗାଲ କୁ ବହୁତ ମିସ ମଧ୍ୟ କରୁଛନ୍ତି ତେବେ ସେ ଏହା ମଧ୍ୟ କହିଛନ୍ତି କି ଭାରତୀ ତାଙ୍କ ସହ ନାଇଟ ଡିନର ଯିବା ପାଇଁ ମଧ୍ୟ ମନା କରିଦେଇଛନ୍ତି । ତେବେ ଭାରତୀ ବର୍ତ୍ତମାନ ଡାନ୍ସ ଦିୱାନେ ରେ ମଧ୍ୟ ନଜର ଆସିବେ ଏବଂ ସେଥିରେ ଭାରତୀ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି ।


