ଜେଲ୍ ଗଲେ ଛତଶଗଡ ମୁଖ୍ୟମନ୍ତ୍ରୀଙ୍କ ପିତା
ରାୟପୁର : ଛତଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପିତା ନନ୍ଦକୁମାର ବଘେଲଙ୍କୁ ପୋଲିସ୍ ଆଗ୍ରାରୁ ଗିରଫ କରିବା ପରେ ମଙ୍ଗଳବାର ଦିନ ରାୟପୁର ଜିଲ୍ଲା କୋର୍ଟରେ ହାଜର କରାଯାଇଛି । ତାଙ୍କୁ ୧୪ଦିନ ପାଇଁ ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଜେଲ୍କୁ ପଠାଇ ଦିଆଯିବ । ବଘେଲ କୋର୍ଟରେ ଜାମିନ ଆବେଦନ ଦାଖଲ କରିବା ଏବଂ ସୁପ୍ରିମକୋର୍ଟରେ ଲଢ଼ିବା କହିଛନ୍ତି । ସେ ଜାମିନ ନବାପାଇଁ ଏବଂ ଓକିଲ ରଖିବା ପାଇଁ ମଧ୍ୟ ମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ପିତା ନନ୍ଦ କୁମାର ବଘେଲଙ୍କ ଉପରେ ବ୍ରାହ୍ମଣ ସମାଜର ଖିଲାପ ଆପତିଜନକ ଶବ୍ଦର ପ୍ରୟୋଗ କରି ସାମାଜିକ ଦ୍ୱେଷ ସୃଷ୍ଟି କରିବାର ଆରୋପ ଲଗାଇ ରାୟପୁରର ଡିଡି ନଗର ଥାନାରେ ରିପୋର୍ଟ ଲେଖାଯାଇଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ ପୂର୍ବରୁ ମଧ୍ୟ ସେ ଏହି ପ୍ରକାର ଟୀପ୍ପଣୀ କରିଛନ୍ତି । ବଘେଲଙ୍କ ବୟାନ ଭାରତୀୟ ସମାଜକୁ ଖଣ୍ଡିତ କରିବ ।
