ଦେଶରେ ଟିକାକରଣ ସଂଖ୍ୟା ୭୦ କୋଟି ଟପିଲା
ନୂଆଦିଲ୍ଲୀ: ଭାରତରେ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଭାରତରେ କେବଳ ୧୩ ଦିନ ଭିତରେ ୧୦ କୋଟି ଲୋକଙ୍କୁ ଟିକାକରଣ କରାଯାଇଛି। ଏହାକୁ ମିଶାଇ ଦେଶରେ ଏବେ ଟିକାକରଣ ସଂଖ୍ୟା ୭୦ କୋଟି ଟପିଛି। ଏଥିମଧ୍ୟରୁ ଏକ ଚତୁର୍ଥାଂଶ ଲୋକେ ଡବଲ୍ ଡୋଜ୍ ନେଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି।
? Sophie Devine reaches the pinnacle
— ICC (@ICC) September 7, 2021
? Big gains for Lizelle Lee
Changes galore in the @MRFWorldwide ICC Women's T20I Player Rankings this week ?
More details ? https://t.co/5JdSlzVZfk pic.twitter.com/cf7EZqQ262
ଅଗଷ୍ଟ ୨୫ ତାରିଖରେ ଦେଶରେ ଟିକାକରଣ ସଂଖ୍ୟା ୬୦ କୋଟିରେ ପହଞ୍ଚିଥିଲା ଏବଂ ଏହାର ୧୩ ଦିନ ପରେ ଏହି ସଂଖ୍ୟା ଏବେ ୭୦ କୋଟି ଅତିକ୍ରମ କରିଛି। ଦେଶରେ ପ୍ରଥମ ୧୦ କୋଟି ଟିକାକରଣ ପାଇଁ ୮୫ ଦିନ ସମୟ ଲାଗିଥିଲା। ଏହା ପରେ ୧୦ରୁ ୨୦ କୋଟି ଟିକାକରଣ ପାଇଁ ୪୫ ଦିନ, ପୁଣି ୩୦ କୋଟି ଟିକାକରଣ ପାଇଁ ୨୯ ଦିନ ସମୟ ଲାଗିଥିଲା। ୩୦ରୁ ୪୦ କୋଟି ପାଇଁ ୨୪ ଦିନ, ୪୦ରୁ ୫୦ କୋଟି ପହଞ୍ଚିବା ପାଇଁ ୨୦ ଦିନ, ୫୦ରୁ ୬୦ କୋଟି ପାଇଁ ୧୯ ଦିନ ସମୟ ଲାଗିଥିଲା। କିନ୍ତୁ ଏହା ପରେ ଦେଶରେ ଟିକାକରଣ ଅଭିଯାନ ଜୋରଦାର ହୋଇଥିଲା ଏବଂ ମାତ୍ର ୧୩ ଦିନ ଭିତରେ ହିଁ ୬୦ରୁ ୭୦ କୋଟି ଲୋକଙ୍କ ପାଖରେ ଟିକା ପହଞ୍ଚିଯାଇଛି। ଦେଶରେ ଏବେ ଗୋଟିଏ ଦିନରେ ୧ କୋଟି ଲୋକଙ୍କୁ ଟିକା ଦେବା ସାଧାରଣ କଥା ହୋଇଛି। ସୋମବାର ସମଗ୍ର ଦେଶରେ ୧ କୋଟିରୁ ଅଧିକ ଟିକାକରଣ ହୋଇଛି। ଅଗଷ୍ଟ ୨୭ ତାରିଖରେ ପ୍ରଥମଥର ଦେଶରେ ୧ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିଲା। ଏହା ପରେ ଅଗଷ୍ଟ ୩୧ ତାରିଖରେ ୧.୪୧ କୋଟିରୁ ଅଧିକ ଏବଂ ସୋମବାର ୧.୧୩ ଲୋକଙ୍କୁ ଟିକା ଲଗାଯାଇଛି। ଆଗାମୀ ଦିନରେ ଟିକାର ରତ୍ପାନୀ ବଢ଼ିବାରେ ଟିକାକରଣ ଅଭିଯାନ ଆହୁରି ଜୋରଦାର ହେବାର ସମ୍ଭାବନା ରହିଛି।
