ବିଶ୍ୱରେ ଆଉ ୩,୯୪,୮୬୪ ସଂକ୍ରମିତ ଓ ୬,୫୨୮
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨କୋଟି ୧୯ଲକ୍ଷ ୪୯ହଜାର ୩୧୧ ଓ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୮୮ହଜାର ୧୩୫କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୯୪ହଜାର ୮୬୪ ଜଣ ସଂକ୍ରମିତ ହୋଇଥିବା ବେଳେ ୬ହଜାର ୫୨୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨କୋଟି ୧୯ଲକ୍ଷ ୪୯ହଜାର ୩୧୧ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୮୮ହଜାର ୧୩୫ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୮୫ଲକ୍ଷ ୩୯ହଜାର ୮୪ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୮ଲକ୍ଷ ୨୨ହଜାର ୯୨ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ବ୍ରାଜିଲରେ ୨କୋଟି ୮ ଲକ୍ଷ ୯୯ହଜାର ୯୩୩ ସଂକ୍ରମିତ ଓ ୫ଲକ୍ଷ ୮୩ ହଜାର ୮୬୬ମୃତ ଥିବାବେଳେ ଋଷିଆରେ ୭୦ ଲକ୍ଷ ୩୦ ହଜାର ୪୫୫ ସଂକ୍ରମିତ ଓ ୧ଲକ୍ଷ ୮୭ ହଜାର ୯୯୦ ମୃତ, ୟୁକେରେ ୭୦ ଲକ୍ଷ ୧୮ ହଜାର ୯୨୭ ସଂକ୍ରମିତ ଓ ୧ ଲକ୍ଷ ୩୩ ହଜାର ୨୭୪ ମୃତ, ଫ୍ରାନ୍ସରେ ୬୮ ଲକ୍ଷ ୩୯ ହଜାର ୪୯୪ ସଂକ୍ରମିତ ଓ ୧ ଲକ୍ଷ ୧୫ ହଜାର ୭ ମୃତ, ତୁର୍କୀରେ ୬୫ ଲକ୍ଷ ୧୯ହଜାର ୧୬ ସଂକ୍ରମିତ ଓ ୫୮ ହଜାର ୩୭୭ ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୭ହଜାର ୬୯୭ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୬୭୩ମୃତ, ଇରାନରେ ୫୧ ଲକ୍ଷ ୫୬ ହଜାର ୯୮୬ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୨୫୭ମୃତ, କଲୋମ୍ବିଆରେ ୪୯ ଲକ୍ଷ ୧୯ ହଜାର ୭୭୩ ସଂକ୍ରମିତ ଓ ୧ ଲକ୍ଷ ୨୫ ହଜାର ୩୩୧ମୃତ, ସ୍ପେନରେ ୪୮ ଲକ୍ଷ ୮୭ ହଜାର ୩୯୪ ସଂକ୍ରମିତ ଓ ୮୪ ହଜାର ୯୨୮ମୃତ ରହିଛନ୍ତି ।
