ରାଜ୍ୟରେ ଆଉ ୬୩୮ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୯୩ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଏବେ ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୧୩୦ ଜଣ ପଜିଟିଭ ଚିହ୍ନଟ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ମଙ୍ଗଳବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୬୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୭୨ ଓ ସ୍ଥାନୀୟ ଅଞ୍ଚଳରୁ ୨୬୬ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୩ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୨ହଜାର ୮୦୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୭ ଜଣ ଥିବାବେଳେ ବାଲେଶ୍ୱରରୁ ୩୩ ଜଣ, ବରଗଡ଼ରୁ ୭ ଜଣ, ଭଦ୍ରକରୁ ୧୪ ଜଣ, ବୌଦ୍ଧରୁ ୧ ଜଣ, କଟକରୁ ୬୬ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୯ ଜଣ, ଗଜପତିରୁ ୯ ଜଣ, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୨୨ ଜଣ, ଯାଜପୁରରୁ ୩୨ ଜଣ, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡିରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧୫ ଜଣ, କେଉଁଝରରୁ ୧୪ ଜଣ, ଖୋର୍ଦ୍ଧାରୁ ୨୪୫ ଜଣ, କୋରାପୁଟରୁ ୩ ଜଣ, ମାଲକାନଗିରିରୁ ୫ ଜଣ, ମୟୁରଭଞ୍ଜରୁ ୨୨ ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡ଼ରୁ ୨ ଜଣ, ପୁରୀରୁ ୧୮ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ୱଲପୁରରୁ ୧୪ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୧୫ ଜଣ ଓ ରାଜ୍ୟ ପୁଲରୁ ୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦,୧୨,୮୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୯୭,୭୯୦ ଜଣ ସୁସ୍ଥ ହୋଇଥିବା ବେଳେ ୬,୯୦୦ ଜଣ ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୮୫,୩୪,୪୩୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।
