୪ର୍ଥ ଟେଷ୍ଟ : ବିଜୟ ଦ୍ୱାରା ଦେଶରେ ଭାରତ
ଓଭାଲ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓଭାଲରେ ଜାରି ରହିଥିବା ୪ର୍ଥ ଟେଷ୍ଟରେ ଭାରତ ବିଜୟ ଏକ ପ୍ରକାରର ସୁନିଶ୍ଚିତ ହୋଇଛି। ଏହି ମଞ୍ଚ ଜିତିବା ପାଇଁ ଭାରତକୁ ଆଉ ମାତ୍ର ୨ ଓ୍ବିକେଟ ଆବଶ୍ୟକ ରହିଛି। ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି ଷ୍ଟାର ବୋଲର ଜସପ୍ରୀତ ବୁମରାହ ଏବଂ ଶାର୍ଦ୍ଦୁଳ ଠାକୁର । ଉଭୟ ଇନିଂସରେ ବ୍ୟାଟିଂରେ କମାଲ କରିଥିବା ଶାର୍ଦ୍ଦୁଳ ଠାକୁର ବୋଲିଂରେ ମଧ୍ୟ କମାଲ କରିଛନ୍ତି । ବୁମରାହ, ଶାର୍ଦ୍ଦୁଳ ଠାକୁର ଏବଂ ଜାଡେଜା ଉଭୟ ୨ଟି ଲେଖାଏଁ ଓ୍ବିକେଟ ନେଇ ଇଂଲଣ୍ଡକୁ ବ୍ୟାକ୍ଫୁଟକୁ ଠେଲି ଦେଇଛନ୍ତି । ଦ୍ବିତୀୟ ଇନିଂସରେ ବିଜୟ ପାଇଁ ୩୬୮ ରନର ପିଛା କରୁଥିବା ଘରୋଇ ଦଳ ୮୪ ଓଭରରେ ୧୯୩ ରନ କରି ୮ ଓ୍ବିକେଟ ହରାଇଛି । ଇଂଲଣ୍ଡକୁ ବିଜୟ ପାଇଁ ଆଉ ୪୦ ଓଭରରେ ୧୮୫ ରନ ଆବଶ୍ୟକ ଥିବା ବେଳେ ବିଜୟ ପାଇଁ ୩ ଓ୍ବିକେଟ ଆବଶ୍ୟକ କରୁଛି ଟିମ ଇଣ୍ଡିଆ ।
ସୂଚନା ଯେ, ୪ର୍ଥ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୯୧ ରନ୍ କରିଥିବା ବେଳେ ଇଂଲଣ୍ଡ ୨୯୦ ରନରେ ଅଲଆଉଟ୍ ହୋଇଥିଲା। ୯୯ ରନରେ ପଛୁଆ ଥିବା ଭାରତ ଦ୍ୱିତୀୟ ଇନିଂସରେ ଜବରଦସ୍ତ ବ୍ୟାଟିଂ କରିଛି। ଭାରତ ପକ୍ଷରୁ ଓପ୍ନର ରୋହିତ୍ ଶର୍ମା ଶତକ ମାରିଥିବା ବେଳେ ଚେତେଶ୍ୱର ପୂଜାରା, ଶାର୍ଦ୍ଦୁଲ ଠାକୁର ଓ ଋଷଭ ପନ୍ତ ଅର୍ଦ୍ଧଶତକ ମାରିଛନ୍ତି। ଶେଷଆଡ଼କୁ ଉମେଷ ଯାଦବ ଦ୍ରୁତ ୨୫ (୨୩ ବଲ୍, ୧ ଚୌକା, ୨ ଛକା) ରନ୍ କରିଛନ୍ତି। ସେ ଯଶପ୍ରୀତ ବୁମ୍ରାଙ୍କ ସହ ନବମ ୱିକେଟ୍ ପାଇଁ ୩୬ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଛନ୍ତି। ତେବେ ଏହା ପୂର୍ବରୁ ଶାର୍ଦ୍ଦୁଲ ଓ ପନ୍ତ ଖେଳିଥିବା ଦମଦାର ଇନିଂସ। ଦୁହେଁ ଅର୍ଦ୍ଧଶତକ ମାରିବା ସହ ସପ୍ତମ ୱିକେଟ୍ ପାଇଁ ୧୦୦ ରନର ଜବରଦସ୍ତ ଭାଗିଦାରୀ କରିଥିଲେ। ଯାହା ବଳରେ ଭାରତକୁ ୩୦୦ ରନ୍ ଲିଡ୍ କରିବାରେ ସହାୟକ ହୋଇଥିଲା। ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୦ ରନ୍ କରିଥିଲା। ପୂର୍ବଦିନ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ଓ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକୀୟ (୫୯) ଭାଗିଦାରୀ କରିଥିଲେ। ଜାଡେଜା ୧୭ ରନ୍ କରି କ୍ରିସ୍ ଓକ୍ସଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ ପୁଣି ନିରାଶ କରି ଖାତା ଖୋଲିପାରିନଥିଲେ। ରାହାଣେଙ୍କୁ ମଧ୍ୟ ଓକ୍ସ ଆଉଟ୍ କରିଥିଲେ। କ୍ୟାପଟେନ୍ କୋହଲି (୪୪) ଆଉ ଏକ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ମୋଇନ୍ ଅଲୀ ପ୍ୟାଭିଲିୟନ ପଠାଇଥିଲା। ୩୧୨ ରନରେ ୬ ୱିକେଟ୍ ହରାଇବା ପରେ ଭାରତ ବ୍ୟାକଫୁଟକୁ ଚାଲିଆସିଥିଲା। କିନ୍ତୁ ପନ୍ତ ଓ ଶାର୍ଦ୍ଦୁଲଙ୍କ ଯୋଡ଼ି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିବା ବେଳେ ଭାରତର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଶାର୍ଦ୍ଦୁଲ ୬୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିବା ପ୍ରୟାସରେ ଶାର୍ଦ୍ଦୁଲ ଆଉଟ୍ ହୋଇଯାଇଥିଲେ। ତାଙ୍କୁ ଇଂଲିଶ ଟିମର କ୍ୟାପଟେନ୍ ଜୋ ରୁଟ୍ ପ୍ୟାଭିଲିୟନ୍ ପଠାଇଥିଲେ।
