ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଓ ବହିଷ୍କାର ପାଇଁ ରାଜ୍ୟରେ ସିଏଏ ଲାଗୁ କରିବାକୁ ଦାବି
- ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଆଭାସୀ ବୈଠକ
ଭୁବନେଶ୍ୱର : ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଏକ ରାଜ୍ୟ ସ୍ତରୀୟ ବୈଠକ ୩୪ ସାଙ୍ଗଠନିକ ଜିଲ୍ଲାର ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କୁ ନେଇ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟ ସଭାପତି ବିପିନ ବିହାରୀ ଦାସ ଅଧ୍ୟକ୍ଷତା କରିଥିଲେ । ଚଳିତ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଜିଲ୍ଲାର ସାଙ୍ଗଠନିକ ବୈଠକ ଶେଷ ହେବାକୁ ସ୍ଥିର କରାଯାଇଥିଲା । ଓଡ଼ିଶାରେ ରୋହେଙ୍ଗିଆ ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏଣୁ ପ୍ରଦେଶରେ ସି ଏ ଏ ଓ ଏନ ଆର ସି ତତକାଳ ଲାଗୁ କରି ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଦ୍ଵାରା ଦେଶରୁ ବହିଷ୍କୃତ କରିବାକୁ ଦାବି କରି ସାରା ଓଡ଼ିଶାରେ ଆନ୍ଦୋଳନ କରାଯିବ । ଏହା ସହିତ ଉତ୍ତର ପ୍ରଦେଶ ଓ ଆସାମ ଭଳି ଓଡ଼ିଶାରେ ମଧ୍ୟ ଦୁଇ ସନ୍ତାନ ବାଧ୍ୟତା ମୂଳକ କରି ବିଧାନ ସଭାରେ ଆଇନ ପ୍ରଣୟନ ପାଇଁ ମୁଖ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ସ୍ଥିର ହୋଇଥିଲା । ଉଭୟ ସି ଏ ଏ ଓଡ଼ିଶାରେ ତତ୍କାଳ ଲାଗୁ କରିବା ସହ ସଶକ୍ତ ପରିବାର ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ଓଡ଼ିଶାରେ ୧୪୭ ବିଧାୟକଙ୍କ ସମେତ ୨୧ସାଂସଦଙ୍କୁ ସ୍ଥାନୀୟ ଜିଲ୍ଲାର ସଭାପତିଙ୍କ ନେତୃତ୍ବରେ ଦାବି ପତ୍ର ପ୍ରଦାନ କରାଯିବ । ଆସନ୍ତା ଅକ୍ଟୋବର ମାସରେ କେନ୍ଦ୍ରୀୟ କମିଟିର ମୁଖ୍ୟ ସଂରକ୍ଷକ ତଥା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ା ଇନ୍ଦ୍ରେସ କୁମାର ଓଡ଼ିଶା ଆସୁଥିବାରୁ ତାଙ୍କର କାର୍ଯ୍ୟକ୍ରମକୁ ଅତ୍ୟନ୍ତ ସଫଳ କରାଯିବା ପାଇଁ ନିଷ୍ପତି ନିଆଗଲା ।
ବୈଠକରେ ସଂଗଠନ ସମ୍ପାଦକ ମିହିର ପାଣି ସଂଯୋଜନା କରିଥିବାବେଳେ ରାଜ୍ୟ ମୁଖ୍ୟ ସଂଯୋଜକ ଯଦୁମଣି ପାଣିଗ୍ରାହୀ, ଉପ ସଭାପତି ନିଗମା ନନ୍ଦ ପଟ୍ଟନାୟକ , ପ୍ରଦୀପ କୁମାର ଜେନା , ସରୋଜ ସାହୁ , ଗୋବିନ୍ଦ ଅଗ୍ରୱାଲ , ପ୍ରଭାତ ଜେନା ସାଧାରଣ ସମ୍ପାଦକ ଦିଲ୍ଲୀପ ସ୍ୱାଇଁ ,ଗୋପାଳ ଜି ପାଣିଗ୍ରାହୀ ,ସୂର୍ଯ୍ୟନାରାୟଣ ଦାଶ , ରାଜ୍ୟ ମହିଳା ସାମ୍ମୁଖ୍ୟ ସଭାନେତ୍ରୀ ଭାରତୀ ପଣ୍ଡା ପ୍ରମୁଖ ମାର୍ଗ ଦର୍ଶନ କରିଥିଲେ । ଶେଷରେ ଅନ୍ୟତମ ସାଧାରଣ ସମ୍ପାଦକ ଜଗନ୍ନାଥ ଗଡ଼ନାୟକ ସିଂ ଧନ୍ୟବାଦ ଦେଇଥିଲେ ।
