ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
ବଲାଙ୍ଗୀର : ନୃଶଂସ ସ୍ୱାମୀର ଅମାନବୀୟ କାଣ୍ଡ । ସ୍ତ୍ରୀର ତଣ୍ଟିଚିପି ନିମର୍ମ ଭାବେ ହତ୍ୟା କରିଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂଙ୍ଗା ଥାନା ଫଟାମୁଣ୍ଡା ଗାଁରେ ।
ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଶ୍ବଶୁର ଘରକୁ ଯାଇ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ସ୍ୱାମୀ ଗାନ୍ଧିଲାଲ ସାହୁ । ତାଙ୍କ ଘର ବରଗଡ ଜିଲା ଗାଇସିଲେଟ୍ ବ୍ଲକ୍ ମେଳଛାମୁଣ୍ଡା ଗାଁର ବୋଲି ଜଣାପଡିଛି । ନିଶାସକ୍ତ ଅବସ୍ଥାରେ ହତ୍ୟା କରି ଫେରାର ହୋଇଯାଇଛି ସ୍ୱାମୀ । ପାରିବାରିକ କଳହରୁ ଗତ ୪ ମାସ ହେଲା ବାପ ଘରକୁ ଚାଲିଆସିଥିଲେ ସ୍ତ୍ରୀ । ମୃତ ସ୍ତ୍ରୀ ହେଉଛନ୍ତି କସ୍ତୁରୀ ସାହୁ । ତାଙ୍କ ଘର ଲୋଇସିଂହା ଥାନା ଅଗାଲପୁର ଫଟାମୁଣ୍ଡ ଗାଁ । ମଦ ପିଇ ଜ୍ୱାଇଁ ଝିଅକୁ ହତ୍ୟା କରିଥିବା ନେଇ ଝିଅର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଲୋଇସିଂହା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ମାସେ ହେଲା ଗାନ୍ଧୀଲାଲ ମଧ୍ୟ ଆସି ଶ୍ୱଶୁର ଘରେ ରହୁଥିବାର ଜଣାପଡିଛି ।
