କରୋନା ସ୍ଥିତି ସ୍ଥିର, ତଥାପି ସଚେତନ ରହିବାକୁ ପଡ଼ିବ : ଡିଏମ୍ଇଟି
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ମାତ୍ର କମିଥିଲେ ହେଁ ସ୍ଥିତି ସ୍ଥିର ରହିଛି । କିଛି ଜିଲାରେ ସଂକ୍ରମଣ ଯେଉଁଭଳି ବଢୁଛି ଓ କମୁଛି ତାହା ସାରା ବିଶ୍ୱରେ ହେଉଛି। ତଥାପି ସଚେତନ ରହିବାକୁ ପଡ଼ିବବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
ସାମାନ୍ୟ ବଢୁଛି ବୋଲି ଗୋଟିଏ ରେଡ୍ ଜୋନ୍ ହେଲା । ରେଡ୍ ଜୋନ୍ ଜାଣିଲେ ତ ଅଧିକ କାମ କରିବାକୁ ହେବ । ଡେଲ୍ଟା କିଛି ମାତ୍ରାରେ ଅଛି । ନିପା ମହାମାରୀ ଭାବେ ପୃଥିବୀରେ ହୋଇନି । ତାକୁ ଭୌଗୋଳିକ ପରିସ୍ଥିତି ନିୟନ୍ତ୍ରଣ କରୁଛି । ମଣିଷଠାରୁ ମଣିଷକୁ ଭୟ ରହିଛି । ଲୋକଙ୍କ ଆଚରଣ ବ୍ୟବସ୍ଥା ଓ ଅବସ୍ଥାକୁ ଦେଖିବାକୁ ହେବ । ଆମେ ବାଡ଼ି ପକାଇ କାହାକୁ ଜଗି ପରିବା ନାହିଁ। ଆଗରୁ ଶିଶୁ ସଂକ୍ରମିତ ହୋଇଥିଲେ । ହେଲେ ସଂକ୍ରମଣ ବଢିନି । ଶିକ୍ଷକ ବି ସଂକ୍ରମିତ ହୋଇଛନ୍ତି । ଯେତେବେଳେ ଟିକା ଆସିଲା, ଯୁଦ୍ଧକାଳୀନ ଭିତ୍ତିରେ ଦିଆଯାଉଛି । ଯେତେବେଳେ ଶୀଘ୍ର ହେବ, ଏହି କାର୍ଯ୍ୟ ସରିବ ବୋଲି ଡିଏମଇଟି କହିଛନ୍ତି ।
