ବିଶ୍ୱରେ ଆଉ ୪,୨୨,୯୧୮ ସଂକ୍ରମିତ ଓ ୬,୫୭୩
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨କୋଟି ୧୫ଲକ୍ଷ ୧୪ହଜାର ୯୩୩ ଓ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୮୧ହଜାର ୨୪୪କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୨୨ହଜାର ୯୧୮ ଜଣ ସଂକ୍ରମିତ ହୋଇଥିବା ବେଳେ ୬ହଜାର ୫୭୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨କୋଟି ୧୫ଲକ୍ଷ ୧୪ହଜାର ୯୩୩ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୮୧ହଜାର ୨୪୪ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୮୦ଲକ୍ଷ ୪ହଜାର ୫୪୯ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୯ଲକ୍ଷ ୨୯ହଜାର ୧୪୦ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ବ୍ରାଜିଲରେ ୨କୋଟି ୮ ଲକ୍ଷ ୯୦ହଜାର ୭୭୯ ସଂକ୍ରମିତ ଓ ୫ଲକ୍ଷ ୮୩ ହଜାର ୬୨୮ମୃତ ଥିବାବେଳେ ଋଷିଆରେ ୭୦ ଲକ୍ଷ ୧୨ ହଜାର ୫୯୯ ସଂକ୍ରମିତ ଓ ୧ଲକ୍ଷ ୮୭ ହଜାର ୨୦୦ ମୃତ, ୟୁକେରେ ୬୯ ଲକ୍ଷ ୭୮ ହଜାର ୧୨୬ ସଂକ୍ରମିତ ଓ ୧ ଲକ୍ଷ ୩୩ ହଜାର ୨୨୯ ମୃତ, ଫ୍ରାନ୍ସରେ ୬୮ ଲକ୍ଷ ୩୬ ହଜାର ୪୫୨ ସଂକ୍ରମିତ ଓ ୧ ଲକ୍ଷ ୧୪ ହଜାର ୯୦୫ ମୃତ, ତୁର୍କୀରେ ୬୪ ଲକ୍ଷ ୯୮ହଜାର ୫୪ ସଂକ୍ରମିତ ଓ ୫୮ ହଜାର ୧୦୬ ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୩ହଜାର ୮୦୨ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୫୧୧ମୃତ, ଇରାନରେ ୫୧ ଲକ୍ଷ ୨୯ ହଜାର ୪୦୭ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୬୭୪ମୃତ, କଲୋମ୍ବିଆରେ ୪୯ ଲକ୍ଷ ୧୮ ହଜାର ୬୪୯ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର୬୭୪ମୃତ, ସ୍ପେନରେ ୪୮ ଲକ୍ଷ ୭୭ ହଜାର ୭୫୫ ସଂକ୍ରମିତ ଓ ୮୪ ହଜାର ୭୯୫ମୃତ ରହିଛନ୍ତି ।
