ବାଲେଶ୍ୱର : ଗୁରୁଦିବସରେ ଦୁର୍ଘଟଣା ନେଲା ଗୁରୁଙ୍କ ଜୀବନ
ବାଲେଶ୍ୱର : ଗୁରୁ ଦିବସରେ ସଋକ ଦୁର୍ଘଟଣାରେ ଜଣେ ଆଦର୍ଶ ଗୁରୁଙ୍କ ଜୀବନ ଚାଲିଗଲା । ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଘଟିଛି ଏଭଳି ମର୍ମନ୍ତୁଦ ଘଟଣା । ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଭୋଲୋରା ଛକ ନିକଟରେ ରବିବାର ଦୁଇଟି ବାଇକ୍ ସାମ୍ନାସାମ୍ନି ଧକ୍କା ହେବା ଫଳରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ମୃତ ଶିକ୍ଷକ ହେଲେ ବସ୍ତା ଥାନା ବେଣାପୁରା ଗ୍ରାମର ଭବାନୀ ମହାପାତ୍ର । ସ୍ଥାନୀୟ ବାଗଲଡ଼ିହା ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକତା କରନ୍ତି । ଗୁରୁଦିବସ ଥିବାରୁ ସେ ସକାଳେ ସ୍କୁଲ ଯାଇଥିଲେ । କାର୍ଯ୍ୟକ୍ରମ ସାରି ଘରକୁ ବାଇକ ଯୋଗେ ଫେରିବା ରାସ୍ତାରେ ଭେଲୋରା ନିକଟରେ ଅପର ପଟରୁ ଆସୁଥିବା ଏକ ବାଇକ ସହିତ ତାଙ୍କର ମୁହାଁ ମୁହିଁ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ଆହତ ଶିକ୍ଷକଙ୍କୁ ସ୍ଥାନୀୟ ଲୋକେ ରାଜପଥ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବସ୍ତା ପୋଲିସ ପହଞ୍ôଚ ଘଟଣାର ତଦନ୍ତ ଜାରି ରଖିଛି ।
