ବିଶ୍ୱର ପ୍ରମୁଖ ନେତାଙ୍କୁ ପଛରେ ପକାଇଲେ ମୋଦି
- ୭୦% ଆପ୍ରୁଭାଲ ରେଟିଂ ସହ ଗ୍ଲୋବାଲ ଲିଡର ଭାବେ ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ : ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରଳ ବ୍ୟକ୍ତିତ୍ୱ ସାମ୍ନାକୁ ଆସିଛି । ବିଶ୍ୱର ପ୍ରମୁଖ ନେତାଙ୍କୁ ପଛରେ ପକାଇଲେ ମୋଦୀ। ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂରେ (Global Leader Approval ratings) ପୁଣି ଶୀର୍ଷରେ। ୭୦ ପ୍ରତିଶତ ରେଟିଂ ସହିତ ମୋଦି ବିଶ୍ୱର ଅନେକ ନେତାଙ୍କୁ ପଛରେ ପକାଇଛନ୍ତି। ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପଞ୍ଚମ ସ୍ଥାନରେ ରହିଛନ୍ତି।
Global Leader Approval: Among All Adults https://t.co/dQsNxouZWb
— Morning Consult (@MorningConsult) September 4, 2021
Modi: 70%
López Obrador: 64%
Draghi: 63%
Merkel: 52%
Biden: 48%
Morrison: 48%
Trudeau: 45%
Johnson: 41%
Bolsonaro: 39%
Moon: 38%
Sánchez: 35%
Macron: 34%
Suga: 25%
*Updated 9/2/21 pic.twitter.com/oMhOH3GLqY
ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ସଂସ୍ଥା ‘ଦ ମର୍ଣ୍ଣିଂ କନସଲ୍ଟ’ ଦ୍ବାରା କରାଯାଇଥିବା ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବିଶ୍ୱ ଦରବାରରେ ନିରନ୍ତର ଭାବରେ ବଜାୟୀ ରହିଛି। ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂରେ ଆମେରିକା, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, କାନାଡାର ଅନେକ ନେତାଙ୍କୁ ପଛରେ ପକାଇ ନରେନ୍ଦ୍ର ମୋଦି ୭୦ ପ୍ରତିଶତ ରେଟିଂ ସହ ଶୀର୍ଷରେ ରହିଥିବାବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନ ଚାନ୍ସେଲର ଆଞ୍ଜେଲା ମୋର୍କେଲ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସମେତ ଅନେକ ବିଶ୍ୱ ନେତା ଏବେ ମୋଦିଙ୍କ ତୁଳନାରେ ବହୁତ କମ୍ ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ୬୪ ପ୍ରତିଶତ ସହ ଫ୍ରାନ୍ସର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ ଲୋପେଜ ଓବ୍ରାଡୋର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୬୩ ପ୍ରତିଶତ ରେଟିଂ ସହ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ରହିଥିବା ବେଳେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମୋର୍କେଲ ୫୨ ପ୍ରତିଶତ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୪୮ ପ୍ରତିଶତ ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ୪୮ ପ୍ରତିଶତ ସହିତ ଷଷ୍ଠ ସ୍ଥାନରେ ରହିଥିବା ବେଳେ ୪୫ ପ୍ରତିଶତ ସହିତ ସପ୍ତମ ସ୍ଥାନରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ ରହିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୪୧ ପ୍ରତିଶତ ସହିତ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାର ୩୯ ପ୍ରତିଶତ ସହିତ ନବମ ସ୍ଥାନରେ, ୩୮ ପ୍ରତିଶତ ସହିତ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଦଶମ ସ୍ଥାନରେ, ୩୫ ପ୍ରତିଶତ ସହିତ ଏକାଦଶ ସ୍ଥାନରେ ସ୍ପେନର ପ୍ରଧାନମନ୍ତ୍ରୀ ରହିଥିବା ବେଳେ ୩୪ ପ୍ରତିଶତ ସହିତ ଦ୍ୱାଦଶ ସ୍ଥାନରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ୨୫ ପ୍ରତିଶତ ସହ ତ୍ରୟୋଦଶ ସ୍ଥାନରେ ରହିଛନ୍ତି। ସୂଚନା ଯେ, ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ‘ମର୍ଣ୍ଣିଂ କନ୍ସଲ୍ଟ’ ୧୩ଟି ଦେଶର ସରକାରୀ ନେତାଙ୍କୁ ନେଇ ଏହି ସର୍ବେକ୍ଷଣ କରିଛି। ପିଏମ ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବର ରହିଥିବା ବେଳେ ଏହାର ଦୁଇ ସପ୍ତାହ ପୂର୍ବରୁ ଏପରି ଏକ ଖବର ଆସିଛି। ଏହି ରେଟିଂକୁ ନେଇ ବିଜେପି ଆଗାମୀ ଦିନରେ ପ୍ରଚାର ପ୍ରସାର କରିବ ବୋଲି ଜଣାପଡ଼ିଛି।
