ରାଜ୍ୟରେ ସୁସ୍ଥ ହେଲେ ଆଉ ୮୨୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୮୨୬ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୬ ହଜାର ୩୦୦ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୧୨ ଜଣ ଥିବାବେଳେ କଟକ ଜିଲାରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୫୬, ଯାଜପୁରରୁ ୪୨, ଜଗତସିଂହପୁରରୁ ୩୦, ମୟୂରଭଂଜରୁ ୨୭, କେନ୍ଦ୍ରାପଡ଼ା, ପୁରୀରୁ ୨୦-୨୦, କେନ୍ଦୁଝରରୁ ୧୯, ଅନୁଗୁଳରୁ ୧୬, ବରଗଡ଼ରୁ ୧୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୫ ଜଣ, ସମ୍ବଲପୁରରୁ ୧୩, ନୟାଗଡ଼ରୁ ୧୨, ଦେବଗଡ଼ରୁ ୧୦ ଜଣ, ଭଦ୍ରକ, ଢେଙ୍କାନାଳରୁ ୮-୮, ଝାରସୁଗୁଡ଼ା, ମାଲକାନଗିରିରୁ ୬-୬ ଜଣ, ଗଂଜାମ, କୋରାପୁଟରୁ ୪-୪, କଳାହାଣ୍ଡି, କନ୍ଧମାଳରୁ ୩-୩, ନୂଆପଡ଼ା-ରାୟଗଡ଼ାରୁ ୨-୨, ବୌଦ୍ଧ-ସୁବର୍ଣ୍ଣପୁରରୁ ଜଲେ ଲେଖାଏଁ ଏବଂ ରାଜ୍ୟପୁଲରୁ ୬୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
