ପଞ୍ଜଶୀର ଦଖଲ କଲା ତାଲିବାନ୍ !
FILE - In this Aug. 19, 2021, file photo, Taliban fighters patrol in Kabul, Afghanistan. In the U.S. departure from Afghanistan, China has seen the realization of long-held hopes for a reduction of the influence of a geopolitical rival in what it considers its backyard. Yet, it is also deeply concerned that the very withdrawal could bring instability to that backyard - Central Asia - and possibly even spill over the border into China itself in its heavily Muslim northwestern region of Xinjiang. (AP Photo/Rahmat Gul, File)
- କମାଣ୍ଡରଙ୍କ ସହ ତାଜିକିସ୍ତାନ ପଳାୟନ କଲେ ପୂର୍ବତନ ଆଫଗାନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହ : ରିପୋର୍ଟ
କାବୁଲ : ଆଫଗାନିସ୍ତାନକୁ ତାଲିବାନ ଦାଖଲ ପରେ ରାଷ୍ଟ୍ରପତି ତଥା ବହୁ ବଡ ବଡ ନେତା ଓ ସାଧାରଣ ଜନତା ଦେଶ ଛାଡ଼ି ପଳାଇଥିଲେ। ମାତ୍ର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଓ ବିଦ୍ରୋହୀ ସେନାର କମାଣ୍ଡର ଅହମ୍ମଦ ମାସୁଦ ତାଲିବାନ ବିରୋଧରେ ବିଦ୍ରୋହ ଜାରି ରଖିଥିଲେ । ସେମାନେ ପଞ୍ଜଶୀରରେ ରହି ଏହି ବିଦ୍ରୋହ ଜାରି ରଖିଥିବା ବେଳେ ଆଫଗାନିସ୍ତାନ ଛାଡ଼ି ପଡ଼ୋଶୀ ଦେଶ ତାଜିକିସ୍ତାନ ଚାଲିଯାଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ଏହା ପରେ ଏପର୍ଯ୍ୟନ୍ତ ସ୍ୱାଧୀନ ଥିବା ପଞ୍ଜଶୀର ଘାଟି ତାଲିବାନ ନିୟନ୍ତ୍ରଣକୁ ଚାଲିଯିବାର ସମ୍ଭାବନା ରହିଛି । ତାଲିବାନ୍କୁ ପ୍ରଚଣ୍ଡ ବିରୋଧ କରୁଥିବା କାବୁଲ୍ର ଉତ୍ତର ପ୍ରାନ୍ତରେ ଥିବା ପଞ୍ଜଶୀର ଉପତ୍ୟକା ତଥା ଆଫଗାନିସ୍ତାନର ଶେଷ ପ୍ରଦେଶକୁ ଇସ୍ଲାମୀୟ ଉଗ୍ରବାଦୀମାନେ (ତାଲିବ୍ମାନେ) ଦଖଲ କରିନେଇଥିବା କଥା ତାଲିବାନ୍ର ତିନୋଟିସୂତ୍ରରୁ ଜଣାପଡ଼ିଛି।
ରିପୋର୍ଟ ଅନୁସାରେ ସାଲେହ୍, ମାସୁଦ ଓ ଆଉ କିଛି ବିଦ୍ରୋହୀ କମାଣ୍ଡର ଗତ ଶୁକ୍ରବାର ଦୁଇଟି ବିମାନରେ ତାଜିକିସ୍ତାନ ପଳାଇଯାଇଛନ୍ତି । ଏନେଇ ସାଲେ ଟ୍ୱିଟ କରି ଲେଖିଛନ୍ତି ଯେ ତାଲିବାନ ପକ୍ଷରୁ ପଞ୍ଜଶୀରରେ ଯୁଦ୍ଧ ଅପରାଧ କରାଯାଉଛି । ସେମାନେ ମାନବ ଅଧିକାର ଉଲ୍ଲଙ୍ଘନ କରି ଘାଟିକୁ ଖାଦ୍ୟ ଓ ଜରୁରୀ ସାମଗ୍ରୀ ଯୋଗାଣକୁ ବନ୍ଦ କରିଦେଇଛନ୍ତି । ଏପରିକି ମେଡିକାଲ ସାମଗ୍ରୀ ଯୋଗାଣ, ଫୋନ, ବିଦ୍ୟୁତ ସରବରାହକୁ ବି ବନ୍ଦ କରିଦେଇଛନ୍ତି । ତାଲିବାନୀଙ୍କ ଏହି ଆତଙ୍କବାଦୀ ବ୍ୟବହାର ଉପରେ ଜାତିସଂଘ ନଜର ରଖିବା ଆବଶ୍ୟକ ବୋଲି ସାଲେହ କହିଛନ୍ତି । ଦୁଇଦିନ ତଳେ ତାଲିବାନର ବରିଷ୍ଠ ନେତା ମୁଲ୍ଲା ଅମୀର ଖାଁ ମୋଟାକି ପଞ୍ଜଶୀର ନେତାମାନଙ୍କ ସହ ତାଲିବାନର ଆଲୋଚନା ବିଫଳ ହୋଇଥିବା କହିଥିଲେ । ଏହା ପରେ ତାଲିବାନ ପକ୍ଷରୁ ନିଜର ଆଭିମୁଖ୍ୟକୁ ଆକ୍ରାମକ କରାଯାଇଛି ।
ଜଣେ ତାଲିବାନ୍ କମାଣ୍ଡର୍ କହିଛନ୍ତି, ସର୍ବଶକ୍ତିମାନ ଆଲ୍ଲାଙ୍କ କୃପାରୁ ଆମେ ସମଗ୍ର ଆଫଗାନିସ୍ତାକୁ ନିୟନ୍ତ୍ରଣାଧୀନ କରିଛୁ। ବିଶୃଙ୍ଖଳା ସୃଷ୍ଟିକାରୀମାନେ ପରାସ୍ତ ହୋଇଛନ୍ତି ଏବଂ ଏଥର ପଞ୍ଜଶୀର ଆମ ଅଧୀନକୁ ଆସିଛି। କିନ୍ତୁ, ଉପରୋକ୍ତ ରିପୋର୍ଟର ସତ୍ୟତା ବାବଦରେ ସୁନିଶ୍ଚିତ ହେବା ଏତେ ଶୀଘ୍ର ସମ୍ଭବପର ହୋଇ ପାରିନାହିଁ।
