ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି
ଭୁବନେଶ୍ୱର : ଗାଡ଼ି ପାର୍କିଂକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରାରେ ଗୁଳି ଫୁଟିଛି । ତେବେ ଏଥିରେ କେହି ହତାହତ ହୋଇନାହାନ୍ତି । ସୂଚନା ଅନୁଯାୟୀ,ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଜାଗମରାରେ ଗାଡ଼ି ପାର୍କିଂକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହା ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲା । ଏହି ସମୟରେ ଅନ୍ୟ ଗୋଷ୍ଠୀ ପକ୍ଷରୁ ଗୁଳି କରାଯାଇଥିଲା । ସେମାନେ ୩ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିଥିଲେ । ଏହି ଘଟଣା ପରେ ଉକ୍ତ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, କିଛି ଦିନ କିଛି ଦିନ ତଳେ ଗାଡ଼ି ପାର୍କିଂକୁ କେନ୍ଦ୍ର କରି ଦୁଇ ଅଭିନେତା ତଥା ପଡ଼ୋଶୀ ବବି ମିଶ୍ର ଓ ତପି ମିଶ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କଥା ଥାନା ଯାଏଁ ଯାଇଥିଲା। ବବି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ ଧମକ ଦେଇଥିବା ତପି ଥାନାରେ ଅଭିଯୋଗ କରିଥିଲେ। ଉଭୟଙ୍କୁ ନୟାପଲ୍ଲୀ ଥାନାକୁ ଡକା ଯାଇଥିଲା। ଲିଖିତ ଜମାନବନ୍ଦୀ ଦେବା ପରେ ବବିଙ୍କୁ ପୁଲିସ୍ ଛାଡ଼ିଥିଲା।
