ଇଡିରେ ହାଜର ହେଲେ ପ୍ରସିଦ୍ଧ ଅଭିନେତ୍ରୀ ରକୁଲ ପ୍ରୀତ
ମୁମ୍ବାଇ : ଇଡି ନିକଟରେ ହାଜର ହେଲେ ଟଲିଉଡ ଏବଂ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରକୁଲ ପ୍ରୀତ ସିଂ । ୪ ବର୍ଷ ପୁରୁଣା ଡ୍ରଗ୍ସ ମାମଲାରେ ଟଲିଉଡର ଭେଟେରାନ୍ ଆକ୍ଟର ତଥା ନିର୍ଦ୍ଦେଶକଙ୍କୁ ଉଡି ସମନ ପଠାଇଥିଲା । ଏହି କ୍ରମରେ ଶୁକ୍ରବାର ଦିନ ଫିଲ୍ମ ଅଭିନେତ୍ରୀ ରକୁଲ ପ୍ରୀତ ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଏଜେନ୍ସିର ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି। ଏହି ଅଭିନେତ୍ରୀ ହାଇଦ୍ରାବାଦର ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।
Hyderabad | Actor Rakul Preet Singh arrives at the office of Enforcement Directorate (ED), in connection with a drugs case pic.twitter.com/FwvplHmFnI
— ANI (@ANI) September 3, 2021
ସୂଚନା ଯେ, ୨୦୧୭ ମସିହାରେ ତେଲେଙ୍ଗାନା ଏକ୍ସାଇଜ୍ ଏବଂ ନିଷେଧ ବିଭାଗ ୩୦ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ ଜବତ କରିବା ପରେ ୧୨ ଟି ମାମଲା ରୁଜୁ କରିଥିଲା। ୧୧ ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି। ପରେ ଏକ୍ସାଇଜ୍ ବିଭାଗ ମାମଲାରେ ମନି ଲଣ୍ଡରିଂ କୋଣରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିଥିଲା।
