ଆଲୋଚନା କରି ବିରୋଧୀ ପ୍ରସଙ୍ଗ ଆଣିବା କଥା : ସରକାରୀ ଦଳ ମୁଖ୍ୟ ସଚେତକ
ଭୁବନେଶ୍ୱର : ଆଜି ବିଧାନସଭାର ତୃତୀୟ ଦିନ ଥିଲା। ଆଜି ଗୃହରେ ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହାକୁ ନେଇ ଅସନ୍ତୁଷ୍ଟ ହୋଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅପରାହ୍ଣ ୪ଟା ଯାଏଁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଛନ୍ତି। ଦ୍ବିତୀୟ ଦିନରେ ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା । ଫଳରେ ବାରମ୍ବାର ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ଆଜି ବି ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରିନି ।
ବିଧାନସଭା ଗୃହ ମୁଲତବୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ପ୍ରତି ନିର୍ବାଚନ ମଣ୍ଡଳୀର ଚାଷୀ, କୋଭିଡ, ମରୁଡ଼ି ଭଳି ବହୁ ପ୍ରସଙ୍ଗ ଅଛି। କିଛି କ୍ରିମିନାଲ କେସ୍ ସହ ଛୋଟ କେସ୍ ଧରି ଗୃହ ଅଚଳ କରୁଛନ୍ତି ବିରୋଧୀ । ଛୋଟ, କ୍ରିମିନାଲ କେସ୍ ଆଲୋଚନା ପାଇଁ ଲୋକ ପଠାଇନାହାନ୍ତି । ସଠିକ୍ ଫୋରମରେ ପ୍ରସଙ୍ଗ ଆଣିଲେ ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ । ବିରୋଧୀଙ୍କ ଭିତରେ ବାଗୁଡି ଖେଳ ଚାଲିଛି । ସେମାନେ ଆଲୋଚନା କରି ପ୍ରସଙ୍ଗ ଆଣିବା କଥା। ନିର୍ଦ୍ଧିଷ୍ଟ ଭାବେ କିଛି କଥା ନକହି ଲୋକଙ୍କ କାମରେ ଲାଗୁନଥିବା କଥାକୁ ଉଠାଉଛନ୍ତି । ଯେଉଁ ପ୍ରସଙ୍ଗ ଆସିବା କଥା ଆଣୁନାହାନ୍ତି । ଲୋକଙ୍କ ପ୍ରସଙ୍ଗ ଉଠାନ୍ତୁ। ବିରୋଧୀ ଥାନା, କୋର୍ଟ, କଚେରୀ ହୋଇ ନିଷ୍ପତ୍ତି ନେଉଛନ୍ତି । ଲୋକଙ୍କ ସ୍ବାର୍ଥ ପାଇଁ ଯେଉଁ କଥା ଆସିବ ସରକାର ଆଲୋଚନା କରିବା ପାଇଁ ପ୍ରସ୍ତୁତ।
