ଗୃହ ନ ଚାଲିବା ନେଇ ଫିକ୍ସିଂ ଅଭିଯୋଗ ଆଣିଲା ବିଜେପି
- ବିଜେଡି ଓ କଂଗ୍ରେସର ଡିଲ୍ ହୋଇଛି : ବିରୋଧୀ ଦଳ ମୁଖ୍ୟ ସଚେତକ
ଭୁବନେଶ୍ୱର : ଆଜି ବିଧାନସଭାର ତୃତୀୟ ଦିନ ଥିଲା। ଆଜି ଗୃହରେ ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହାକୁ ନେଇ ଅସନ୍ତୁଷ୍ଟ ହୋଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅପରାହ୍ଣ ୪ଟା ଯାଏଁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଛନ୍ତି। ଦ୍ବିତୀୟ ଦିନରେ ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା । ଫଳରେ ବାରମ୍ବାର ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ଆଜି ବି ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରିନି ।
ଫଳରେ ଏହାକୁ ନେଇ ଗୃହ ନ ଚାଲିବା ନେଇ ଫିକ୍ସିଂ ଅଭିଯୋଗ ଆଣିଲା ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ବିଜେଡି ଓ କଂଗ୍ରେସର ଡିଲ୍ ହୋଇଛି । କଂଗ୍ରେସ ଓ ବିଜେଡି ମଧ୍ୟରେ ଭିତିରି ବୁଝାମଣା ହୋଇଛି । ମାହାଙ୍ଗା ମର୍ଡର ଓ ଆଇନଶୃଙ୍ଖଳା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲେ ସରକାର ଅଡୁଆରେ ପଡିଥାନ୍ତେ । ତେଣୁ କଂଗ୍ରେସ ଷ୍ଟାଫ୍ ସିଲେକ୍ସନ ପ୍ରସଙ୍ଗ ଉଠାଇ ସରକାରଙ୍କ ସହଯୋଗରେ ହାଉସ୍ ବନ୍ଦ କରିଛି । ସରକାରଙ୍କୁ ଘଣ୍ଟ ଘୋଡାଇବା ପାଇଁ ବାଚସ୍ପତି ପକ୍ଷପାତିତା କରୁଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି । ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ବାଜି ମାରିଲା ନୀଳଗିରିର ମଦିଆ କୁମ୍ଭାର ଝିଅ ସିଲିର କାହାଣୀ ।
