କରୋନାର ନୂଆ ଭାରିଆଣ୍ଟ ‘ବି ୧.୬୨୧’
- କ୍ଷୀପ୍ରରେ ବ୍ୟାପୁଛି , ଆଉ ଏକ ଲହର ଆସିବା ନେଇ ସମ୍ଭାବନା
ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ବିଶ୍ୱବ୍ୟାପୀ ଲୋକଙ୍କର ଚିନ୍ତା ବଢ଼ାଇଛି । ଏହାରି ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୨ କୋଟି ନିକଟତର ହୋଇଛି । ଏହାମଧ୍ୟରେ ମାରାତ୍ମକ କୋଭିଡ-୧୯ ଭାଇରସ ନୂଆ ନୂଆ ରୂପ ବଦଳାଉଛି । ଏହାମଧ୍ୟରେ ଭୂତାଣୁର ନୂଆ ରୂପ ବି ୧.୬୨୧ ସାମ୍ନାକୁ ଆସିଛି । ଏହାକୁ ଏମୟୁ ବା ‘ମୁ’ ବୋଲି କୁହାଯାଉଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର କହିବାନୁସାରେ, ନୂଆ ଭାରିଆଣ୍ଟ୍ ବାବଦରେ ଅଧିକ ଗବେଷଣା ଜାରି ରହିଛି । ଏହା ଅଧିକ କ୍ଷୀପ୍ରରେ ବ୍ୟାପୁଛି । ଫଳରେ ପୁଣି ଥରେ ଆଉ ଏକ ଲହର ଆସିବା ନେଇ ସମ୍ଭାବନା ବଢିଚାଲିଛି । ନୂଆ ଭାରିଆଣ୍ଟ ଭାକସିନର ପ୍ରଭାବକୁ ଅକାମି କରିଦେଇପାରେ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତର ପ୍ରଭାବ ପକାଉଛି । ଯାହା ଡେସଟା ଭାରିଆଣ୍ଟଠୁ ଘାତକ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ସାର୍ସ-କୋଭିଡ-୨ ଭାଇରସ ଅନେକ ଥର ମ୍ୟୁଟେସନ ହୋଇଛି । କିଛି ମ୍ୟୁଟାଣ୍ଟର ପ୍ରଭାବ କମ୍ ଥିବା ବେଳେ ଆଉ କିଛି ଅଧିକ ଘାତକ ଅଟେ । କରୋନା ଆଲଫା ଭାରିଆଣ୍ଟ ୧୯୩ ଦେଶରେ ଆତଙ୍କ ଖେଳାଇଥିବା ବେଳେ ଡେଲଟା ଭାରିଆଣ୍ଟ ୧୭୦ ଦେଶରେ ବିଭୀଷିକା ସୃଷ୍ଟି କରିଛି । ଏବେ ଏମୟୁ ଭାରିଆଣ୍ଟ୍ କଲମ୍ବିଆରେ ଚିହ୍ନଟ ହୋଇଛି । ଦକ୍ଷିଣ ଆଫ୍ରିକାର କିଛି ଦେଶ ସହ ୟୁରୋପର କିଛି ସ୍ଥାନରେ ମଧ୍ୟ ନୂଆ ଭାରିଆଣ୍ଟ ଠାବ ହୋଇଛି ।
