ରାଜ୍ୟରେ ସୁସ୍ଥ ହେଲେ ଆଉ ୬୬୬ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ଆଉ ୬୬୬ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୩ ହଜାର ୯୦୧ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦେଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୬୭ ଜଣ ଥିବାବେଳେ କଟକରୁ ୬୦ ଜଣ, ବାଲେଶ୍ୱରରୁ ୪୬, ଯାଜପୁରରୁ ୩୨, ପୁରୀରୁ ୨୫, ଜଗତସିଂହପୁରରୁ ୨୨, ସମ୍ବଲପୁରରୁ ୨୧, ଅନୁଗୁଳରୁ ୨୦, ବରଗଡ଼ରୁ ୧୮, କେନ୍ଦ୍ରାପଡ଼ାରୁ ୧୩ ଓ କେନ୍ଦୁଝରରୁ ୧୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୦, ଦେବଗଡ଼, ଢେଙ୍କାନାଳ, ନୟାଗଡ଼ରୁ ୯ ଜଣ ଲେଖାଏଁ, ଭଦ୍ରକରୁ ୮, ମୟୂରଭଂଜରୁ ୬, ଗଂଜାମ, କନ୍ଧମାଳରୁ ୪-୪, କୋରାପୁଟ, ନୂଆପଡ଼ାରୁ ୩-୩, ବଲାଙ୍ଗୀର, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଏବଂ ରାଜ୍ୟପୁଲରୁ ୬୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
