ବିଶ୍ୱରେ ଆଉ ୫,୬୯,୧୧୬ ସଂକ୍ରମିତ ଓ ୮,୬୩୧
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୮୪ଲକ୍ଷ ୬୬ହଜାର ୧୮୨ ଓ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୩୨ହଜାର ୨୧୨କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୫ଲକ୍ଷ ୬୯ହଜାର ୧୧୬ ଜଣ ସଂକ୍ରମିତ ହୋଇଥିବା ବେଳେ ୮ହଜାର ୬୩୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୮୪ଲକ୍ଷ ୬୬ହଜାର ୧୮୨ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୩୨ହଜାର ୨୧୨ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୫୩ଲକ୍ଷ ୮ହଜାର ୬୨୫ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୬ଲକ୍ଷ ୨୫ହଜାର ୩୪୫ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୪କୋଟି ୭୭ହଜାର ୩୨୦ ସଂକ୍ରମିତ ଓ ୬ଲକ୍ଷ ୫୭ହଜାର ୮୩୦ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୭ ଲକ୍ଷ ୭୬ହଜାର ୮୭୦ ସଂକ୍ରମିତ ଓ ୫ଲକ୍ଷ ୮୦ ହଜାର ୪୧୩ମୃତ, ଋଷିଆରେ ୬୯ ଲକ୍ଷ ୧୮ ହଜାର ୯୬୫ ସଂକ୍ରମିତ ଓ ୧ଲକ୍ଷ ୮୩ ହଜାର ୨୨୪ ମୃତ, ୟୁକେରେ ୬୭ ଲକ୍ଷ ୮୯ ହଜାର ୫୮୧ ସଂକ୍ରମିତ ଓ ୧ ଲକ୍ଷ ୩୨ ହଜାର ୫୩୫ ମୃତ, ଫ୍ରାନ୍ସରେ ୬୭ ଲକ୍ଷ ୬୫ ହଜାର ୭୦୮ ସଂକ୍ରମିତ ଓ ୧ ଲକ୍ଷ ୧୪ ହଜାର ୪୪୪ ମୃତ, ତୁର୍କୀରେ ୬୩ ଲକ୍ଷ ୮୮ହଜାର ୩୩୧ ସଂକ୍ରମିତ ଓ ୫୬ ହଜାର ୭୧୦ ମୃତ, ଆର୍ଜେଣ୍ଟିନାରେ ୫୧ ଲକ୍ଷ ୮୫ହଜାର ୬୨୦ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୮୧୨ମୃତ, ଇରାନରେ ୪୯ ଲକ୍ଷ ୯୨ ହଜାର ୬୩ ସଂକ୍ରମିତ ଓ ୧ ଲକ୍ଷ ୭ ହଜାର ୭୯୪ମୃତ, କଲୋମ୍ବିଆରେ ୪୯ ଲକ୍ଷ ୯ ହଜାର ୮୬ ସଂକ୍ରମିତ ଓ ୧ ଲକ୍ଷ ୨୪ ହଜାର ୯୪୫ମୃତ, ସ୍ପେନରେ ୪୮ ଲକ୍ଷ ୫୫ ହଜାର ୬୫ ସଂକ୍ରମିତ ଓ ୮୪ ହଜାର ୩୪୦ମୃତ ରହିଛନ୍ତି ।
