ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତ ମୃତ
- ୮ହଜାର ଟପିଲା ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୭୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୯ ଜଣ ଥିବାବେଳେ ଜଗତସିଂହପୁର ଓ କେନ୍ଦୁଝର ଜିଲାରୁ ୬ ଜଣ ଲେଖାଏଁ, କଟକ ଓ ପୁରୀ ଜିଲାରୁ ୫ ଜଣ ଲେଖାଏଁ, ଯାଜପୁରରୁ ୪, କେନ୍ଦ୍ରାପଡାରୁ ୨ ଏବଂ ଝାରସୁଗୁଡା, ଅନୁଗୁଳ, ବଲାଙ୍ଗିର, ମୟୁରଭଞ୍ଜ, ନବରଙ୍ଗପୁର ଓ ନୟାଗଡ ଜିଲାରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୮ହଜାର ୨୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୧୦,୦୮,୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୯୩,୨୩୫ ଜଣ ସୁସ୍ଥ ହୋଇଥିବା ବେଳେ ୭,୧୫୯ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୮,୦୨୨ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।
