ଭୁବନେଶ୍ୱର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
ଭୁବନେଶ୍ୱର : ଭୁବନେଶ୍ୱର ଏକ ନମ୍ବର ହାଟରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ୬ ରୁ ଅଧିକ ଦୋକାନ ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଯାଇଛି । ମଙ୍ଗଳବାର ବିଳମ୍ୱିତ ରାତି ପ୍ରାୟ ୧୧ଟା ସମୟରେ ହଠାତ ନିଆଁରେ ଜଳି ୬ଟି ଦୋକାନର ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଛି । ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ହେଲେ ସେତେବେଳେ ଦୋକାନରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡି ଯାଇଥିଲା ।
ନିଆଁ ଲିଭିବାପରେ ବ୍ୟବସାୟୀ ମାନେ ଯେଉଁ ଜିନିଷ ଜଳି ନାହିଁ ତାହାକୁ ଖୋଜି ଖୋଜି ସାଇତି ରଖୁଥିଲେ । ନିଆଁରେ ଜଳି ପୋଡି ପାଉଁଶ ହୋଇଯାଇଥିବାରୁ ବ୍ୟବସାୟୀମାନେ ଚିନ୍ତାରେ ପଡିଯାଇଛନ୍ତି । ତେବେ କେଉଁ କାରଣରୁ ନିଆ ଲାଗିଛି ତାହା ଅସ୍ପଷ୍ଟ ଥିବାବେଳେ ମୋବାଇଲ ଦୋକାନରେ ସର୍ଟସର୍କିଟ ଯୋଗୁ ନିଆଁ ଜଳିଯାଇଥିବା ସନ୍ଦେହ କରିଛନ୍ତି ବ୍ୟବସାୟୀ ।
