ଇଡ଼ି ନିକଟରେ ହାଜର ହେଲେନି ପରିବହନ ମନ୍ତ୍ରୀ ଅନିଲ ପରବ
- ୧୪ ଦିନ ସମୟ ମାଗିଲେ
ମୁମ୍ବାଇ : ୧୦୦ କୋଟି ଅସୁଲି ମାମଲାରେ ପଚରା ଉଚରା ପାଇଁ ମଙ୍ଗଳବାର ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ର ଦପ୍ତରରେ ହାଜର ହୋଇନାହାଁନ୍ତି ପରିବହନ ମନ୍ତ୍ରୀ ଅନିଲ ପରବ । ଅନିଲ ତାଙ୍କ ଓକିଲଙ୍କୁ ଇଡ଼ିଙ୍କ କାର୍ଯ୍ୟାଳୟକୁ ପଠାଇବା ସହ ଏନେଇ ୧୪ ଦିନ ସମୟ ମାଗିଛନ୍ତି । ଅନିଲଙ୍କ ଏହି ପତ୍ର ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇନାହାଁନ୍ତି ଇଡି ।
ସୂଚନା ଅନୁସାରେ, ୧୦୦ କୋଟି ଅସୁଲି ମାମଲାରେ ପଚରା ଉଚରା ପାଇଁ ଇଡି ତାଙ୍କୁ ପୂର୍ବରୁ ସମନ ଜାରୀ କରିଥିଲା ଏବଂ ଆଜି କାର୍ଯ୍ୟାଳୟକୁ ଡକାଇଥିଲା । କିନ୍ତୁ, ଆଜି ସେ ସେଠାରେ ଉପସ୍ଥିତ ହୋଇନାହାଁନ୍ତି । ନିଜ ଓକିଲଙ୍କ ଜରିଆରେ ସେ ଇଡ଼ିଙ୍କ ନିକଟକୁ ପଠାଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସେ ବର୍ତମାନ ଜଣେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ତାଙ୍କର ଆଜିର କାର୍ଯ୍ୟକ୍ରମ ପୂର୍ବରୁ ଚୂଡ଼ାନ୍ତ ହୋଇସାରିଛି । ଏଣୁ ଏଥିପାଇଁ ସେ ୧୪ ଦିନ ସମୟ ମାଗିଛନ୍ତି ।
