ଓଲଟିଲା ଯାତ୍ରୀବାହୀ ବସ୍ : ଅଳ୍ପକେ ବର୍ତ୍ତିଲେ ୩୦ଯାତ୍ରୀ
କୋରାପୁଟ : କୋରାପୁଟ ଜିଲାରୁ କାକରିଗୁମା ପଞ୍ଚଡ଼ା ଛାକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ । ସେଥିମଧ୍ୟରୁ ୪ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ୩୦ ଜଣ ଯାତ୍ରୀଙ୍କୁ ନେଇ ପୋଲସରାରୁରୁ କୋରାପୁଟ ଦେଇ ଇନ୍ଦ୍ରାବତୀ ଅଭିମୁଖେ ବସ୍ଟି ରାତ୍ରୀକାଳିନ ଯାତ୍ରା କରୁଥିଲେ । ଅତ୍ୟଧିକ ବର୍ଷା ଓ କୁହୁଡ଼ି ଯୋଗୁଁ ସ୍ପଷ୍ଟ ଦେଖାଯାଉନଥିଲା ରାସ୍ତା । ଯାହାଫଳରେ ଆର.ବି କୋଚ ନାମକ ଘରୋଇ ବସ୍ଟି ରାସ୍ତା ତଳକୁ ଖସିଯିବାରୁ ବ୍ରେକ୍ ମାରିଥିଲେ ଡ୍ରାଇଭର । ଶେଷରେ ରାସ୍ତା କଡ଼ରେ ବସ୍ଟି ଦବିଯାଇଥିଲା । ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
