ଦେଶରେ ଆଉ ୪୨,୯୦୯ କରୋନା ସଂକ୍ରମିତ ଚିହ୍ନଟ ଓ ୩୮୦ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଥିବା ବେଳେ ଆଜି ପୁଣି ଏହା ପରି କରିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ମୃତ୍ୟୁ ସଂଖ୍ୟା ୩୦୦ ଟପିଛି । ଦୈନିକ ସଂକ୍ରମଣ ହାର ୩.୦୨% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୪୧% ରହିଥିବାବେଳେ ଆରୋଗ୍ୟ ହାର ୯୭.୫୧% ରହିଛି। ରବିବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୫୨.୦୧ କୋଟି ନମୁନା ପରୀକ୍ଷା କରାଯାଇସାରିଥିବାବେଳେ ୬୩.୪୩ କୋଟି ପାନ ଟିକା ଦିଆଯାଇସାରିଛି।
ସୋମବାର ଗତ ୨୪ଘଣ୍ଟାରେ ୪୨ ହଜାର ୯୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୮୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୪ହଜାର ୭୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୭ଲକ୍ଷ ୩୭ହଜାର ୯୩୯କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୩୮ହଜାର ୨୧୦ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୧୯ଲକ୍ଷ ୨୩ହଜାର ୪୦୫ଜଣ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୭୬ହଜାର ୩୨୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
