ବିଭତ୍ସ ହତ୍ୟାକାଣ୍ଡ : ଗାଡି ଧକ୍କାରୁ ଗଣ୍ଡଗୋଳ ଓ ହତ୍ୟା
ଭୁବନେଶ୍ୱର : ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ସାମାନ୍ୟ ବଚସାରୁ ରବିବାର ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଡୁମଡୁମା ଅଂଚଳରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତ ଯୁବକ ହେଲେ ସନାତନ ରାଉତରାୟ। ସନାତନ ଡୁମୁଡୁମା ଅଞ୍ଚଳରେ ମୋବାଇଲ ଦୋକନ କରିଥିଲେ।
ଗତକାଲି ବିଳମ୍ବିତ ରାତିରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ି ଧକ୍କାରୁ କିଛି ଯୁବକଙ୍କ ସହ ସନାତନଙ୍କର ବଚସା ହୋଇଥିଲା। ଏହାପରେ ସନାତନଙ୍କୁ ସେହି ଅସାମାଜିକ ଯୁବକମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ପହଞ୍ଚି ସନାତନଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଥିଲା। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ସନାତନଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ଖଣ୍ଡଗିରି ଥାନା ପୁଲିସ ଏନେଇ ତଦନ୍ତ ଜାରି ରଖିଛି। ତେବେ ଘଟଣାରେ ପୁଲିସ ୬ଜଣଙ୍କୁ ଉଠାଇ ନେଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ରାଜା ଜୟ ସିଂହ ଫେରାର ଥିବା କୁହାଯାଉଛି।
