ପାରା ଅଲିମ୍ପିକ୍ସ : ହାଇ ଜମ୍ପରେ ରୌପ୍ୟ ଜିତିଲେ ନିଶାଦ
ଟୋକିଓ : ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକରେ ଭାରତର ଟେକ ରଖୁଛନ୍ତି ଖେଳାଳି । ଆଜି ଟେୁବୁଲ୍ ଟେନିସ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିଣି ଭାରତର ଭାବିନା ପଟେଲ୍ ଇତିହାସ ସୃଷ୍ଟି କରିଥିବା ବେଳେ ଏବେ ଭାରତକୁ ଆଉ ଏକ ରୌପ୍ୟ ପଦକ ମିଳିଛି । ଲମ୍ବ ଡିଆଁ (ହାଇଜମ୍ପ)ରେ ରୌପ୍ୟ ପଦକ ଜିତିଛନ୍ତି ନିଶାଦ କୁମାର । ପ୍ରଥମ ପ୍ରୟାସରେ ନିଶାଦ କୁମାର ୨.୦୨ ମିଟର ଡେଇଁଥିବା ବେଳେ ଦ୍ୱିତୀୟ ପ୍ରୟାସରେ ସେ ୨.୦୬ ମିଟର ଡେଇଁଥିଲେ । ଆମେରିକାର ରୋଡେରିକ୍ ଟାଉନ୍ସେଣ୍ଡ୍ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆମେରିକାର ଡାଲାସ୍ ୱାଇଜ୍ ଏବଂ ନିଶାଦ କୁମାରଙ୍କୁ ରୌପ୍ୟ ପଦକ ମିଳିଛି । ନିଶାଦ କୁମାର ଏବଂ ଡାଲାସ୍ ୱାଇଜ ଦୁହେଁ ୨.୦୬ ମିଟର ଡେଇଁଥିଲେ ।
#Silver Medal for ??#Athletics: Nishad Kumar wins silver medal with a best effort of 2.06m in Men's High Jump T47 event.#Tokyo2020 | #Paralympics | #Praise4Para pic.twitter.com/v5042FmCSX
— Doordarshan Sports (@ddsportschannel) August 29, 2021
ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଶାଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରୌପ୍ୟ ପଦକ ଜିତିବା ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଆଥଲେଟ୍ ନିଶାଦଙ୍କୁ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଟୋକିଓରୁ ଆହୁରି ଖୁସି କରିବା ଭଳି ଖବର ଆସିଛି। ମୁଁ ବହୁତ ଖୁସି ଯେ, ନିଶାଦ ପୁରୁଷ ହାଇ ଜମ୍ପରେ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି। ସେ ଜଣେ ଚମତ୍କାର ଆଥଲେଟ୍। ତାଙ୍କ ପାଖରେ ଦକ୍ଷତା ଓ ଦୃଢ ଇଚ୍ଛା ଶକ୍ତି ରହିଛି। ତାଙ୍କୁ ବହୁତ ଧନ୍ୟବାଦ। ଜାତୀୟ କ୍ରୀଡା ଦିବସ ଅବସରରେ ଦେଶକୁ ଗୋଟିଏ ଦିନରେ ଦୁଇଟି ପଦକ ଜିତାଇ ଭାରତର ପାରା ଆଥଲେଟ୍ସ ଦେଶବାସୀଙ୍କୁ ଗର୍ବିତ କରିଛନ୍ତି।ସୂଚନା ଯେ, ଆଜି ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ ଭାରତର ଭାବିନା ପଟେଲ୍ । ଚୀନ୍ର ୟିଙ୍ଗ୍ଙ୍କଠାରୁ ପଟେଲ୍ ୧୯ ମିନିଟ୍ରେ ୦-୩ରେ (୭-୧୧, ୫-୧୧, ୬-୧୧) ପରାସ୍ତ ହୋଇଥିଲେ ବି ପାରାଲିମ୍ପିକରେ ଉତ୍ତମ କ୍ରୀଡ଼ାନୈପୂଣ୍ୟ ପ୍ରଦର୍ଶନ କରି ଭାବିନା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ। ଆଜିର ପ୍ରତିଯୋଗିତାରେ ସେ ଜୋଉଙ୍କ ସହ ଉତ୍ତମ ମୁକାବିଲା କରିଥିଲେ ମଧ୍ୟ ୬ ମିନିଟ୍ ପରେ ପ୍ରଥମ୍ ଗେମ୍ରେ ସେ ପରାସ୍ତ ହୋଇଥିଲେ । ଏହା ପରେ ଜୋଉଙ୍କୁ ଟପିଯିବା ତାଙ୍କ ପକ୍ଷରେ ସମ୍ଭବ ହେଲାନାହିଁ। କିନ୍ତୁ, ତାଙ୍କର ଉତ୍କର୍ଷତା ପ୍ରତିପାଦନ ଯୋଗୁଁ ଭାରତ ଗୌରବାନ୍ବିତ ହୋଇଛି ।
