କ୍ରୀଡ଼ାର ବିକାଶ ଲାଗି ମାନସିକତାରେ ପରିବର୍ତନ ଲୋଡ଼ା
- ମହିଳା ଫୁଟବଲ୍ର ବିକାଶ ଲାଗି ବେଦାନ୍ତ ଆଗେଇବ ବୋଲି ଯେଉଁ ପ୍ରତିଶୃତି ଦେଇ ଥିଲା ତାହା କାର୍ଯ୍ୟକାରୀ ହେଲା ନାହିଁ
ଝାରସୁଗୁଡ଼ା : କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ଖବରକୁ ଗଣମାଧ୍ୟମ ଗୌଣ ମନେ ନ କରୁ । ଅବହେଳିତ ଓ ଲୁକ୍କାୟିତ କ୍ରୀଡ଼ାବିତ୍ ଏବଂ ପ୍ରତିଭାଙ୍କ ସଂପର୍କରେ ଖବର ପ୍ରକାଶନ ଦ୍ୱାରା ଅନେକ କିଛି ସମସ୍ୟା ଦୂର ହୋଇ ପାରିବ । ଝାରସୁଗୁଡା ଜିଲ୍ଳାରେ କ୍ରୀଡ଼ାବିତ ମାନଙ୍କ ପ୍ରତିଭା ଭରି ରହିଛି । କିନ୍ତୁ ଉପ ଯୋଗ ହୋଇ ପାରୁ ନାହିଁ । ଓଡିଶା ଫୁଟବଲ ଦଳରୁ ୧୯୯୯/୨୦୦୦/୨୦୦୧ କପୁର ଚାନ୍ଦ ଯାଦବ ପ୍ରତିନିଧିତ୍ୱ ଙ୍କ ଦୁଃଖ ଦୁର୍ଦ୍ଦଶାର କାହାଣୀକୁ ଆଜି କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ପାଇଁ ଦୁଃଖ ର କଥା ।
୨୦୧୬ ରେ ଜାତୀୟ ଫୁଟବଲ ଦଳର ପ୍ରତିନିଧିତ୍ୱ କରିଥିବା ପଙ୍କଜ ସୋନା ଯେକି ଜୁନିୟର ଇଣ୍ଡିଆ ୨୦୧୧-୨୦୧୨ ରେ ଖେଳୀ ଥିଲେ । ପଙ୍କଜ ସୋନା ଏବଂ କପୁର ଚାନ୍ଦ ଯାଦବ ଏ ପର୍ଯ୍ୟନ୍ତ ଚାକିରୀ ମଧ୍ୟ ପାଇ ପାରି ନାହଁନ୍ତି । ପଙ୍କଜ ସୋନା ଜାତୀୟ ଫୁଟବଲ ଦଳରେ ଖେଳୁ ଥିବା ବେଳେ ଆଣ୍ଠୁରେ ଆଘାତ ପାଇବା ପରେ ଖେଳିବାକୁ ସକ୍ଷମ ହୋଇ ପାରି ନଥିଲେ । ବାଧ୍ୟ ହୋଇ ଅପରେସନ କରିବାକୁ ପଡିଲା ଧାର କରି ଅପରେସନ ରେ ୨-୫(ଅଢେଇଲକ୍ଷ ) ଟଙ୍କା ଖର୍ଚ୍ଚ କରିଛନ୍ତି । ଭାରତୀୟ ଫୁଟବଲ ଦଳର ଜୁନିୟର ରେ ଝାରସୁଗୁଡାରୁ ରାକେଶ ଓରାମ, ଭିକି ଓରାମ ଟଙ୍କଧର ବାଗ ପ୍ରତିନିଧିତ୍ୱ କରିଛନ୍ତି ।ରାକେଶ ଓରାମ (ବମ୍ବେ ସି.ଟିଏଫସି ) ଭିକି ଓରାମ (ବାଙ୍ଗାଲୋର ଏଫ. ସି) ଓ ଟଙ୍କଧର ବାଗ (ଇଣ୍ଡିଆନ ଏରୋସ) ୍ରେ ଖେଳୁଛନ୍ତି ଯେକି ୧୫ ବର୍ଷ ଦଳରେ ଓ ୧୯ ବର୍ଷ ଦଳରେ ଭାରତୀୟ ଜୁନିୟର ଦଳରେ ଖେଳି ନେପାଳ ରେ ୩ୟ ସ୍ଥାନ ଓ ୧୮-୧୯ରେ ବଙ୍ଗଳାଦେଶ ମାଟିରେ ହରାଇ ଭାରତୀୟ ଜୁନିୟର ଦଳ ଚମ୍ଫିଆନ ହୋଇ ଥିଲା । ସେହି ପରି କ୍ରିକେଟ ରେ ଓଡିଶା ରୁ ପ୍ରତିନିଧିତ୍ୱ ୨୦୦୩/୨୦୦୪/୨୦୦୫ କରି ରଣଜିଟ୍ରଫି ଖେଳି ଥିବା ଶୋଭନ ଦେବ ସ୍ଥାୟୀ ଚାକିରୀ ପାଇ ନାହଁନ୍ତି । ମହିଳା କ୍ରିକେଟ ଖେଳାଳି ସୁନିତା ମୁର୍ମୁ ଓଡିଶା ଦଳରୁ ୨୦୧୩ ରୁ ବର୍ତମାନ ସୁଦ୍ଧା ଖେଳୁଛନ୍ତି ସେ ମଧ୍ୟ ଇଷ୍ଟଜୋନ ରୁ ପ୍ରତିନିଧିତ୍ୱ କରୁଛନ୍ତି । ନିଜର ପରିବାର ଚଳାଇବା କ୍ରିଡାବିତ୍ ମାନଙ୍କୁ କଷ୍ଟକର ହେଉଛି ।
୨୦୧୮ ମସିହା ରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଝାରସୁଗୁଡ଼ା ଅପର୍ଣ୍ଣା ୱାଲ୍ର୍ଡ୍ ସ୍କୁଲ ପରିସରରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇ ଥିଲା । ଝାରସୁଗୁଡ଼ା ବେଦାନ୍ତ ଲିଃର ଜେନେରାଲ ମ୍ୟାନେଜର(ପିଆର୍) ସଞ୍ଜିବ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କହିଥିଲେ ବେଦାନ୍ତ ଭଳି କର୍ପୋରେଟ୍ ସଂସ୍ଥା ନିଜର ସାମାଜିକ ଦାୟିତ୍ୱବୋଧ ପ୍ରତି ସଚେତନ । ଆଗକୁ ରାଉରକେଲାର ଜାତୀୟ ଫୁଟବଲ ଖେଳାଳୀ ପ୍ୟାରୀ ଖାଖାଙ୍କ ପ୍ରତିଭା ଏବଂ ଦକ୍ଷତାକୁ ବିନିଯୋଗ କରି ଝାରସୁଗୁଡ଼ାରେ ମହିଳା ଫୁଟବଲର ବିକାଶ ଦିଗରେ ତାଙ୍କୁ ନିୟୋଜିତ କରାଯିବ । ଆମ୍ବାସୋଡର୍ ଭାବେ ବେଦାନ୍ତ ଘୋଷଣା କରିବାକୁ ପଛଘୁଂଚା ଦେବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଥିଲେ । ତାହା ବର୍ତମାନ ପାଣିର ର ଗାର ରେ ପରିଣିତ ହୋଇଛି । ଜିଲ୍ଳାରେ ବହୃତ ଶିଳ୍ପ ଏବଂ କ୍ଷୁଦ୍୍ର ଶିଳ୍ପ ର ଅଭାବ ନାହିଁ କିନ୍ତୁ ଇଛା ଶକ୍ତିର ଅଭାବ ରହିଛି । ରାଜନୈତିକ ବ୍ୟକ୍ତି ଙ୍କ ଆଗ୍ରହ ରହିଲେ ଝାରସୁଗୁଡ଼ା ସାରା ଭାରତ ବର୍ଷରେ ନିଜର ପରିଚୟ ସୃଷ୍ଟି କରି ପାରିବ ।






