ଆରଆଇ ପରୀକ୍ଷାରେ ଅସୁବିଧାର ସମ୍ମୁଖୀନ ହେଲେ ଶତାଧିକ ପରୀକ୍ଷାର୍ଥୀ
ଭୁବନେଶ୍ୱର : ରାଜ୍ୟରେ ରବିବାର ଓଏସଏସଏସସି ପକ୍ଷରୁ ଆରଆଇ ପରୀକ୍ଷା ଅନୁଷ୍ଠିତ ହେଉଛି । ମାତ୍ର ଏହି ପରୀକ୍ଷାରେ ବ୍ୟାପକ ଅନିୟମିତତା ନେଇ ଦେଖିବାକୁ ମିଳିଛି । ଏଥିରେ ଶତାଧିକ ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ସୂଚନା ଯେ, ଆଡମିଟ କାର୍ଡରେ ଯେଉଁ ପରୀକ୍ଷା ସେଣ୍ଟର ଲେଖାଯାଇଛି ସେଠାରେ ପରୀକ୍ଷା ହୋଇନଥିବା କାରଣରୁ ଏଭଳି ବିଭ୍ରାଟ ହୋଇଛି । ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡରେ ଟିଟିଲାଗଡ ସରକାରୀ ମହିଳା ମହାବିଦ୍ୟାଳୟ ଲେଖାଯାଇଥିବା ବେଳେ ସେଠାରେ କିନ୍ତୁ ପରୀକ୍ଷା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ତେବେ ଟିଟଲାଗଡର ସରକାରୀ ମହିଳା ମହାବିଦ୍ୟାଳୟରେ ସେଣ୍ଟର ହୋଇନଥିବା ନେଇ କଲେଜ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ଯାହା ଫଳରେ ପରୀକ୍ଷା ପାଇଁ ଆସିିଥିବା ପରୀକ୍ଷାର୍ଥୀମାନେ ନିରାଶ ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଘଟଣାସ୍ଥଳରେ ଟିଟଲାଗଡ ଉପଜିଲ୍ଲାପାଳ ଓ ପୋଲିସ ପହଞ୍ଚି ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରୁଛନ୍ତି ।
