ବାଲେଶ୍ୱର : ହରିମେରାଇନ ପରିସରରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବାଲେଶ୍ୱର : ରେମୁଣା ବ୍ଲକ ବିରୁଆଁ ନିକଟ ହରିମେରାଇନ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ପ୍ଲାଂଟ ପରିସରରେ ରହି କାରଖାନାରେ କାମ କରୁଥିବା ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ଶେରଗଡ଼ ଫାଣ୍ଡି ଅଧୀନରେ ହୋଇଥିବା ଏହି ଘଟଣାରେ ପୁଲିସ କହିବାନୁଯାୟୀ ମୃତ ମହିଳା ଜଣକ ନୟାଗଡ଼ର ବାସୀନ୍ଦା ନିୟାସା ନାୟକ (୨୭) । ସେ ପୂର୍ବରୁ ବିବାହ କରିଥିଲେବି ୫ ବର୍ଷ ପୂର୍ବରୁ ଛାଡ଼ପତ୍ର ହୋଇଥିଲା ଏବଂ ୩ବର୍ଷ ହେବ ନିୟାସା ହରିମେରାଇନରେ କାମ କରୁଥିଲା । ତେବେ କୌଣସି କାରଣରୁ ସେ ରହୁଥିବା କୋଠରୀର କବାଟ ଭିତରପଟୁ ବନ୍ଦ କରି ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ବୋଲି ଫାଣ୍ଡି ଅଧିକାରୀ କ୍ରିଷ୍ଣା ପିଙ୍ଗୁଆ କହିଛନ୍ତି । ପରିବାର ଲୋକ ଆସିବା ପରେ କବାଟ ଖୋଲା ଯାଇ ମୃତ ଦେହ ଉଦ୍ଧାର କରାଯାଇଥିବା ସେ କହିଛନ୍ତି । ଏନେଇ ଖନ୍ତାପଡ଼ା ଥାନାରେ ୪୬/୨୦୨୧ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି ।
