ରାଜ୍ୟରେ ଆଉ ୯୫୬ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଶନିବାର ଆଉ ୯୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୦ ହଜାର ୭୯୬ରେ ପହଂଚିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୫ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୦ ହଜାର ୭୯୬ରେ ପହଂଚିଛି।
ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୭୫ ଜଣ ଥିବାବେଳେ କଟକରୁ ୧୧୨, ଯାଜପୁରରୁ ୫୬, ପୁରୀରୁ ୩୧, ଜଗତସିଂହପୁରରୁ ୨୯, ବାଲେଶ୍ୱର, ମୟୂରଭଂଜରୁ ୨୭-୨୭, ଢେଙ୍କାନାଳରୁ ୨୫, କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୧୯ ଓ ବଲାଙ୍ଗୀର ଏବଂ ନୟାଗଡ଼ରୁ ୧୭-୧୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି ସମ୍ବଲପୁର, ସୁନ୍ଦରଗଡ଼ରୁ ୧୩-୧୩, ଭଦ୍ରକରୁ ୧୨, ଗଂଜାମରୁ ୧୧, ଦେବଗଡ଼ରୁ ୧୦, ଅନୁଗୁଳ, ରାୟଗଡ଼ାରୁ ୯-୯, ବରଗଡ଼ରୁ ୭, କନ୍ଧମାଳରୁ ୬, ଗଜପତି, ମାଲକାନଗିରିରୁ ୫-୫, କଳାହାଣ୍ଡିରୁ ୪, ଝାରସୁଗୁଡ଼ା, କୋରାପୁଟରୁ ୨-୨, ସୁବର୍ଣ୍ଣପୁରରୁ ଜଣେ ଏବଂ ରାଜ୍ୟପୁଲରୁ ୮୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
