୩ ବର୍ଷ ପାଇଁ ରଗ୍ବି ଇଣ୍ଡିଆ ସହିତ ଚୁକ୍ତି ସ୍ଵାକ୍ଷର କଲେ ରାଜ୍ୟ ସରକାର ଓ କିଟ୍
ଭୁବନେଶ୍ୱର : ଖେଳ ପ୍ରତି ଏବେ ସଭିଙ୍କ ନଜର । ପୂର୍ବରୁ ଓଡ଼ିଶା ସରକାର ଭାରତୀୟ ହକିର ପ୍ରାୟୋଜକ ଥିବାବେଳେ ଏବେ ପୁଣି ଭାରତୀୟ ରଗ୍ବି ଦଳର ପ୍ରାୟୋଜକ ହୋଇଛି । ଆଗାମୀ ୩ ବର୍ଷ ପାଇଁ ରଗ୍ବି ଇଣ୍ଡିଆ ସହିତ ଚୁକ୍ତି ସ୍ଵାକ୍ଷର କଲେ ଉଭୟ ରାଜ୍ୟ ସରକାର ଓ କିଟ୍।
ଆଗକୁ ୧୮ ବର୍ଷରୁ କମ୍ ଭାରତୀୟ ଦଳ ଏସୀୟ ଚାମ୍ପିଅନସିପ୍ରେ ଭାଗ ନେବାକୁ ଯାଉଛି । ଗତ ଅଗଷ୍ଟ ୧୪ ତାରିଖରୁ ଆରମ୍ଭ ହୋଇଥିବା ରଗ୍ବିର ଜାତୀୟ ପ୍ରଶିକ୍ଷଣ କ୍ୟାମ୍ପ୍ ଆସନ୍ତା ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କିଟ୍ରେ ଚାଲିବ। ଏହି କ୍ୟାମ୍ପରେ ତାଲିମ ସହିତ ଆଗକୁ ଆସୁଥିବା ଚାମ୍ପିଅନସିପ୍ ପାଇଁ ଖେଳାଳି ମଧ୍ୟ ଚୟନ କରାଯିବ। ପ୍ରଦର୍ଶନ ଦେଖି ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୫୨ ମହିଳା ଖେଳାଳିଙ୍କୁ ଚୟନ କରାଯାଇଛି, ଯେଉଁମାନେ ୧୮ ବର୍ଷରୁ କମ୍ ଜାତୀୟ ଶିବିରରେ ଯୋଗଦେବେ। ଏହି ଅବସରରେ ଆମେ ରଗ୍ବି ସହିତ ଯୋଡ଼ି ହେଲୁ ଏବଂ ମୁଁ ବହୁତ ଖୁସି ଯେ ଭାରତୀୟ ମହିଳା ଦଳର ତାଲିମ୍ ଶିବିର ଓଡ଼ିଶାରେ ଆୟୋଜନ କରାଯାଇଥିଲା। ମୁଁ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି।
