ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ନାମରେ ନକଲି ଫେସବୁକ୍ ଆଇଡି
ଭୁବନେଶ୍ୱର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ନାମରେ ନକଲି ଫେସବୁକ୍ ଆଇଡି । ଆଇଡି ଖୋଲି କେହି ଦୁର୍ବୃତ୍ତ ଲୋକମାନଙ୍କୁ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇବା ସହ ଟଙ୍କା ମଧ୍ୟ ମାଗୁଥିବାର ଜଣାପଡିଛି।
ଏନେଇ ମନ୍ତ୍ରୀ ଶ୍ରୀ ଦାଶ ନିଜର ଫେସବୁକରେ ପୋଷ୍ଟ୍ କରି ଲେଖିଛନ୍ତି, କେହି ଜଣେ ଦୁର୍ବୃତ୍ତ ମୋ ନାମରେ ଫେକ୍ ଆଇଡି ଖୋଲି ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇବା ସହିତ ଟଙ୍କା ମଧ୍ୟ ମାଗିବାର ଖବର ମୋ ପାଖକୁ ଆସୁଛି ଦୟାକରି ଏଥିରୁ ଦୁରେଇ ରୁହନ୍ତୁ।
