୩ୟ ଟେଷ୍ଟ : ପ୍ରଥମ ଇନିଂସରେ ୩୫୪ ରନରେ ଆଗୁଆ ଇଂଲଣ୍ଡ
ଲିଡସ : ଲିଡସର ହେଡିଂଲେ ଗ୍ରାଉଣ୍ଡଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ ମ୍ୟାଚ ଜାରି ରହିଛି । ଶୁକ୍ରବାର ସୁଦ୍ଧା ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୪୩୨ ରନରେ ଅଲଆଉଟ ହେବା ପରେ ଭାରତ ଠାରୁ ୩୫୪ ରନରେ ଆଗୁଆ ରହିଛି । ପ୍ରଥମେ ବୋଲର ଏବଂ ପରେ ଅଧିନାୟକ ଜୋ ରୁଟ୍ଙ୍କ ଶତକ ଏବଂ ରରି ବର୍ଣ୍ଣ୍ସ ଓ ହାସିବ ମହମ୍ମଦଙ୍କ ଅର୍ଦ୍ଧଶତକ ବଳରେ ଲିଡ୍ସ ଟେଷ୍ଟରେ ଘରୋଇ ଇଂଲଣ୍ଡର ପ୍ରାଧ୍ୟାନ୍ୟ ଜାରି ରହିଛି। ଭାରତର ପ୍ରଥମ ଇନିଂସ ୭୮ ରନ ଜବାବରେ ଇଂଲଣ୍ଡ ୪୩୨ ରନ କରିଛି। ଦଳ ଭାରତଠୁ ୩୫୪ ରନ ଅଗ୍ରଣୀ ହାସଲ କରିଛି। ଜୋ ରୁଟ୍ ୧୨୧ ରନଙ୍କ ବ୍ୟତୀତ ହାସିବ ଅହମ୍ମଦ ୬୮ ଓ ରରି ବର୍ଣ୍ଣ୍ସ ୬୧ ରନର ଇନିଂସ ଖେଳିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ସାମି ୪ଟି ଓ୍ଵିକେଟ୍ ନେଇଛନ୍ତି। କୌଣସି ପ୍ରକାରର ଚମତ୍କାର ହିଁ ଭାରତକୁ ଲିଡ୍ସ ଟେଷ୍ଟରେ ବଞ୍ଚାଇ ପାରିବ। ଦଳ ୩୫୪ ରନ ପଛୁଆ ରହିବା ପରେ ବ୍ୟାଟସମ୍ୟାନ କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବା ବାକି ରହିଲା। ଆଜି ହେଉଛି ମ୍ୟାଚ୍ର ତୃତୀୟ ଦିନ।
ସୂଚନା ଯେ, ଟେଷ୍ଟରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କିନ୍ତୁ ଭାରତୀୟ ଦଳ ଇଂଲଣ୍ଡ ବୋଲରଙ୍କ ସମ୍ମୁଖୀନ ହୋଇ ନପାରି ନିଜର ପ୍ରଥମ ଇନିଂସରେ ମାତ୍ର ୭୮ ରନରେ ଅଲ ଆଉଟ ହୋଇଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୪୩୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଜୋ ରୁଟ ୧୨୧ ରନ କରିଥିଲେ । ଭାରତ ପକ୍ଷରୁ ସାମି ୪ଟି ତଥା ବୁମରା, ସିରାଜ ଓ ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଏହି ଟେଷ୍ଟ ମ୍ୟାଚ ଶେଷ ହେବାକୁ ଆହୁରି ୩ ଦିନ ( ଆଜିକୁ ମିଶାଇ) ଥିବାବେଳେ ପରାଜୟ ଏଡ଼େଇବାକୁ ଭାରତୀୟ ଦଳକୁ ଲଢୁଆ ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ ।
