ଚନ୍ଦ୍ରଭାଗାରେ ଅଘଟଣ: ଡଙ୍ଗା ବୁଡି ଜଣେ ନିଖୋଜ, ୪ ଉଦ୍ଧାର
କୋଣାର୍କ : କୋଣାର୍କ ଚଦ୍ରଭାଗା ସମୁଦ୍ରରେ ଅଘଟଣ । ଡ଼ଙ୍ଗା ବୁଡି ଜଣେ ନିଖୋଜ ରହିଥିବା ବେଳେ ୪ ଜଣ ସୁରକ୍ଷିତ ଭାବେ କୂଳକୁ ଚାଲି ଆସିଛନ୍ତି ।
ସୂଚନା ଯେ, ଗୁରୁବାର ରାତିରେ କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ । ମାଛ ଧରିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା । ୪ ଜଣ ମତ୍ସ୍ୟଜୀବୀ ପହଁରି କୂଳକୁ ଚାଲି ଆସିଥିଲେ । କିନ୍ତୁ ଜଣେ ଆସିପାରି ନଥିଲେ । ଏବେସୁଦ୍ଧା ସେ ନିଖୋଜ ଅଛନ୍ତି । ନିଖୋଜ ମତ୍ସ୍ୟଜୀବୀ ହେଲେ ନୋଳିଆ ସାହିର ଆପୋଲୋ ରାଜୁ । ତେବେ ଆପୋଲୋଙ୍କ କୌଣସି ପତ୍ତା ମିଳିପାରି ନାହିଁ । ଖବର ପାଇ ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
