ମାନସିକ ଚାପ ଦୂର କରେ ତେଜ ପତ୍ର
ଆଜି ଆମେ ଆପଣଙ୍କ ପାଖରେ ତେଜ ପତ୍ର ର କିଛି ଏପରି ଫାଇଦା ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଉପଯୋଗୀ ଅଟେ। ଏମିତି ରେ ତ ତେଜ ପତ୍ର ଆମେ ମସଲା ଭାବେ ବ୍ୟବହାର କରିଥାଉ ମାତ୍ର ତାହାର କିଛି ଏପରି ଫାଇଦା ଆମେ ଆଜି କହିବୁ କି ଆପଣ ଜାଣିକି ଆଶ୍ଚର୍ଯ୍ୟ ହେଇଯିବେ। ଏହା ଭିତରେ ବହୁତ କିଛି ଔଷଧୀୟ ତତ୍ତ୍ୱ ରହିଥାଏ। ଆପଣମାନେ ତ ଜାଣିଥିବେ ଭାରତକୁ ମସଲାର ଗନ୍ତାଘର କୁହାଯାଏ। ଏପରି କୌଣସି ଭାରତୀୟ ନଥିବେ ଯେଉଁ ମାନେ ମସଲାର ବ୍ୟବହାର କରୁନଥିବେ। ତେବେ ମସଲାରେ ଏକ ପତ୍ର ଅଛି ଯାହାର ଆବଶ୍ୟକତା ସବୁଠୁ ଅଧିକ। ତାହା ହେଉଛି ତେଜପତ୍ର। ସମସ୍ତ ଭାରତୀୟଙ୍କ ଘରେ ତେଜପତ୍ର ନିଶ୍ଚିନ୍ତ ରହିଥାଏ । ଏହାର ବ୍ୟବହାରରେ ଛୋଟ ବଡ ରୋଗର ନିବାରଣ ହୋଇଥାଏ । ତେଜ ପତ୍ରକୁ ମସଲା ରୂପରେ ବ୍ୟବହାର କରାଯାଇଥାଏ । ଏହା ଛଡା ଏହାର ବ୍ୟବହାର ଆୟୁର୍ବେଦିକ ଔଷଧ ରୂପରେ ମଧ୍ୟ କରାଯାଇଥାଏ । ଖାଦ୍ୟରେ ତେଜ ପତ୍ର ପକାଇଲେ ଖାଦ୍ୟର ସୁଗନ୍ଧ ବଢିଥାଏ । । ଖାଦ୍ୟ ତିଆରି କରିବାରେ ତେଜ ପତ୍ରକୁ ପ୍ରୟୋଗ କରାଯାଏ, ଯାହାଫଳରେ ଖାଦ୍ୟର ସ୍ଵାଦ ସହ ତାର ସୁଗନ୍ଧ ବହୁତ ବଢିଯାଏ ।
ତେଜପତ୍ର ରେ ଥିବା ଔଷଧୀୟ ଗୁଣ ଲିଭର,କିଡନି ଆଦି ଭଲ ରଖିବାରେ ସାହାର୍ଯ୍ୟ କରିଥାଏ। ଏପରିକି ମହୁ ମାଛି ଯଦି କାମୁଡିଥାଏ ତେବେ ଏହାକୁ ସେଠାରେ ବ୍ୟବହାର କରାଯାଇଥାଏ । ତେବେ ତେଜ ପତ୍ରର ଅନ୍ୟ ଏକ ବ୍ୟବହାର ହେଲା ଏହା ଆପଣଙ୍କ ମାନସିକ ଚାପ ଦୂର କରିବାରେ ସହାୟକ ହୋଇଥାଏ।
ଯେପରି ଆପଣମାନେ ରିଲାକ୍ସ ହେବା ପାଇଁ ଯଦି ଚାହୁଁଛନ୍ତି ତେବେ ଏହାକୁ ଆପଣ ଚା କିମ୍ବା ଗରମ ପାଣିରେ ମଧ୍ୟ ବ୍ୟବହାର କରିପାରିବେ। ଏଥିରେ ଥିବା ରିଲାନ୍ସିଙ୍ଗ ପାଓ୍ବାର ଆପଣଙ୍କୁ ଆରାମ ଦେବାରେ ସହାୟକ ହୋଇଥାଏ।
ଏହାର ସୁଗନ୍ଧ ମଧ୍ୟ ବହୁତ ଭଲ। ଏବଂ କୁହାଯାଏ ତେଜପତ୍ରକୁ ପୋଡିବା ଦ୍ବାରା ଲୋକଙ୍କର ଖରାପ ନଜର ଦୂର ହୋଇଥାଏ। ତେଣୁ ତେଜପତ୍ରର ଆବଶ୍ୟକତା ସବୁ ଆଡୁ ରହିଥାଏ। ଏହାକୁ ଆମେ ଆମର ନିତିଦିନ ବ୍ୟବହାରରେ ଲଗାଇବା ଦ୍ବାରା ଏହା ଆମକୁ ବେଶ ସହାୟକ ହୋଇଥାଏ। କେବଳ ଏତିକି ନୁହେଁ ତେଜ ପତ୍ରକୁ ସବୁଦିନ ଖାଦ୍ୟରେ ପ୍ରୟୋଗ କରିବା ଦରକାର । ଏବଂ ଏହାର ସେବନରେ ଆପଣଙ୍କର ଛୋଟ ବଡ ବିଭିନ୍ନ ରୋଗର ସମାଧାନ ମଧ୍ୟ ହୋଇପାରିବ।
(ବି:ଦ୍ର: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ବୋଲି ଦାବି କରୁନାହୁଁ। ଗ୍ରହଣ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। )
ବନ୍ଧୁଗଣ ଆମେ ଆଶା କରୁଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ ସହ କମେଣ୍ଟ କରନ୍ତୁ । ଧନ୍ୟବାଦ !!!
