ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ସସ୍ତ୍ରୀକ ପହଂଚିଲେ ଶିଖର ଧୱନ
କଟରା : ଭାରତୀୟ କ୍ରିକେଟ୍ ଟୀମ୍ର ବିସ୍ଫୋଟକ ଖେଳାଳୀ ଶିଖର ଧୱନ ନିଜ ପତ୍ନୀ ତଥା କେତେକ ସାଥୀଙ୍କ ସହ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ପହଂଚିଛନ୍ତି । ବୁଧବାର ଦିନ ମଧ୍ୟାହ୍ନ ୨.୩୦ ସମୟରେ ସେ ଆଧାର ଶିବିର କଟଡାରେ ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ପାଦରେ ବାହାରିଥିଲେ ।
ଶିଖର ଧୱନ ନିଜ ପତ୍ନୀ ଏବଂ ଅନ୍ୟ ସାଥୀଙ୍କ ସହ ବୁଧବାର ସକାଳ କଟଡା ପହଂଚିଲେ ଏବଂ ସେଠାରେ ଏକ ହୋଟେଲ୍ରେ ରହିଥିଲେ । ଶିଖର ଧୱନ କଟରା ଆସିବାର ଖବର ମିଳିବା ମାତ୍ରେ ଅଧିକ ସଂଖ୍ୟାରେ ତାଙ୍କ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ହୋଟେଲ ବାହାରେ ଏକାଠି ହୋଇଥିଲେ । ପ୍ରଶାସନ ତାଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଅଧିକ ସଂଖ୍ୟାରେ ପୋଲିସ୍ ଅଧିକାରୀ ଏବଂ ଜବାନ ମହଜୁଦ ରହିଥିଲେ । ହୋଟେଲ୍ରେ କିଛି ସମୟ କଟାଇବା ପରେ ଶିଖର ଧୱନ ମାତା ବୈଷ୍ଣୋଦେବୀ ଭବନ ଆଡ଼କୁ ପାଦରେ ଯିବାପାଇଁ ବାହାରିଗଲେ ।
