ଗୁରୁ ଦିବସ ପୂର୍ବରୁ ଗୁରୁଙ୍କୁ ଟିକା
- ସବୁ ରାଜ୍ୟକୁ ଅତିରିକ୍ତ ୨କୋଟି ଟିକା ଦେବ କେନ୍ଦ୍ର
ନୂଆଦିଲ୍ଲୀ : ମହାମାରୀ କରୋନା ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଦିଆଯିବ ଟିକା । ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ କେନ୍ଦ୍ର ଅନୁରୋଧ କରିଛି । ଏଥିପାଇଁ ସବୁ ରାଜ୍ୟଙ୍କୁ ଦିଆଯିବ ଅତିରିକ୍ତ ୨ କୋଟି ଟିକା । ଏନେଇ ସବୁ ରାଜ୍ୟକୁ ଅନୁରୋଧ କଲେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ସୂଚନା ।
କରୋନାର ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ସବୁ ଶିକ୍ଷକଙ୍କୁ ପ୍ରାଥମିକତା ଆଧାରରେ ଟିକା ଦେବା ପାଇଁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ସବୁ ରାଜ୍ୟକୁ ଅନୁରୋଧ କରିଛନ୍ତି। ଏଥିପାଇଁ ସବୁ ରାଜ୍ୟକୁ ଅତିରିକ୍ତ ୨ କୋଟି ଟିକା ଯୋଗାଇ ଦିଆଯାଉଛି। ରାଜ୍ୟମାନଙ୍କୁ ୨ କୋଟି ଟିକା ଦିଆଯାଉଛି। ଗୁରୁ ଦିବସ ପୂର୍ବରୁ ଶିକ୍ଷକଙ୍କୁ ଏହି ଟିକା ପ୍ରାଥମିକତା ଭିତ୍ତିରେ ଦିଆଯାଉ। ସବୁ ସ୍କୁଲର ଶିକ୍ଷକମାନଙ୍କୁ ପ୍ରାଥମିକତା ଦେବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀ ଅନୁରୋଧ କରିଛନ୍ତି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ଵିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି।
