ସ୍ତ୍ରୀର ଜୁଇରେ ସ୍ୱାମୀ ମୃତ
କଳାହାଣ୍ଡି : କଳାହାଣ୍ଡି ଜିଲା କେଗାଁ ଥାନା ସିଆଲଯୋଡ଼ି ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଓ ଅବିଶ୍ବାସନୀୟ ଘଟଣା। ସ୍ତ୍ରୀର ଜୁଇରେ ସ୍ବାମୀ ଝାସ ଦେଇ ଆତ୍ମାହୁତି ଦେବା ଘଟଣା ଗଁାରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ଚହକା ଗ୍ରାମ ପଞ୍ଚାୟତର ସିଆଲଯୋଡ଼ିସ୍ଥିତ ୫ ନମ୍ବର ୱାର୍ଡସଭ୍ୟା ରଇବାରୁ ଶବର(୬୦) ଅସୁସ୍ଥ ହୋଇ ଗତକାଲି ସ୍ଥାନୀୟ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ଫଳରେ ଆଜି ନିଜ ଘରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗାଁରେ ଥିବା ତାଙ୍କ ଜମିରେ ମୃତଦେହ ଦାହ କରାଯାଉଥିବା ବେଳେ ତାଙ୍କର ସ୍ବାମୀ ନୀଳମଣି ଶବର(୬୫) ସେଇ ଜୁଇରେ ଆତ୍ମାହୁତି ଦେଇ ମୃତ୍ୟୁବରଣ କରିଛନ୍ତି। ଜୁଇରେ ନିଅଁା ଲଗେଇ ନିଆଁ ଶେଷ ହେବା ସମୟରେ ଲୋକେ ଘରକୁ ଫେରି ଆସିଥିଲେ। ସେହି ସମୟରେ ହିଁ ସେ ସ୍ତ୍ରୀର ଜୁଇକୁ ଡେଇଁ ଆତ୍ମହୁତି କରିଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଗାଁ ମଶାଣୀରେ ରଇବାରୀଙ୍କ ଜୁଇ ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ । କିନ୍ତୁ ତାଙ୍କ ସ୍ବାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିବା ବେଳେ । ନୀଳମଣି ଦୌଡ଼ି ଯାଇ ଜଳୁଥିବା ତାଙ୍କ ସ୍ତ୍ରୀଙ୍କ ଜୁଇରେ ଡେଇଁ ପଡ଼ିଥିଲେ । ପ୍ରଖର ନିଆଁ ଜଳୁ ଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପରିନଥିଲେ । ଉକ୍ତ କଥା ପ୍ରଚାର ହେବା ପରେ ତାଙ୍କର ୪ ପୁଅଙ୍କ ସହିତ ଗ୍ରାମବାସୀ ଗାଁ ମାଶାଣୀ କୁ ଯାଇଥିଲେ । ସ୍ତ୍ରୀର ଚିତାରେ ସ୍ବାମୀ ଡେଇଁବା ଘଟଣାକୁ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାଯୋଗ୍ୟ ଯେ ନୀଳମଣି ଚହକା ଗ୍ରାମପଞ୍ଚାୟତର ସିଆଲଯୋଡି ଗ୍ରାମର ୫ ନମ୍ବର ୱାର୍ଡ଼ର ୱାର୍ଡମେମ୍ବର ଥିବା ବେଳେ ବିଗତ ଦିନରେ ଚହକା ଗ୍ରାମପଞ୍ଚାୟତର ସମିତିସଭ୍ୟ ମଧ୍ୟ ଥିଲେ ।
