ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍ ଅଫଲାଇନ୍ ରେଜଲ୍ଟ
ଭୁବନେଶ୍ୱର : ଚଳିତ ବର୍ଷ କରୋନା କଟକଣା ଯୋଗୁ ରାଜ୍ୟ ସରକାର ମାଟ୍ରିକ୍ ପରୀକ୍ଷା ବାତିଲ୍ କରିଥିଲେ ଏହାପରେ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ଛାତ୍ରୀଛାତ୍ରୀ ମାନଙ୍କ ରେଜଲ୍ଟ ପ୍ରକାଶ କରାଯାଇଥିଲା । ତେବେ ଏହି ପ୍ରକ୍ରିୟାରେ କିଛି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ପରେ ସେମାନଙ୍କ ପାଇଁ ପୁଣି ଥରେ ଅଫଲାଇନ୍ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । ଏହି ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଫଳ ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବାକୁ ଯାଉଛି । ଏନେଇ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ଅନଲାଇନ୍ ମାର୍କିଙ୍ଗରେ ଅସନ୍ତୋଷ ଜାହିର କରି ରାଜ୍ୟର ୧୫,୧୩୬ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ଦେଇଥିଲେ । କୋଭିଡ୍ କଟକଣା ଯୋଗୁଁ ଏପ୍ରିଲ୍ ୨୧ରେ ପରୀକ୍ଷା ବାତିଲ ପାଇଁ ଘୋଷଣା କରାଯାଇଥିଲା। ବୈକଳ୍ପିକ ମୂଲ୍ୟାୟନ ପଦ୍ଧତିରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିଲା। ରେଜଲ୍ଟକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ। ସେମାନେ ଇଚ୍ଛାଧୀନ ପରୀକ୍ଷା ଦେଇଥିଲେ।
