ବାଲେଶ୍ଵର : ଗୋମାଂସ ଜବତ, ଯୁବକ ଅଟକ
ବାଲେଶ୍ଵର : ଗୋମାଂସ ନେଇ ଯାଉଥିବା ବେଳେ ଗ୍ରାମବାସୀଙ୍କ ଦ୍ଵାରା ଯୁବକ ଅଟକ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲା ସିମୁଳିଆ ଥାନା ବରି ଅଞ୍ଚଳରେ । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଉକ୍ତ ଯୁବକକୁ ଥାନାକୁ ନେଇଯାଇଥିବାର ଜଣାପଡିଛି ।

ଜବତ ବାଇକ 
ସେକ କାଦିରକୁ ପୋଲିସ ନେଇ ଯାଉଛନ୍ତି
ସୂଚନା ଯେ, ବରି ଗ୍ରାମର ସେକ କାଦିର ୨୫ କେଜି ଗୋମାଂସ ଏକ ବ୍ୟାଗରେ ଭର୍ତ୍ତି କରି ବେକ ଯୋଗେ ଅଡ଼ା ଅଞ୍ଚଳକୁ ନେଇ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବରି ଠାରେ ଗ୍ରାମବାସୀ ତାଙ୍କୁ ଅଟକାଇଥିଲେ। ଏହାଫଳରେ ଗ୍ରାମବାସୀ ଏବଂ ସେକ କାଦିରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଖବରପାଇ ଶତାଧିକ ଗ୍ରାମବାସୀ ସେଠାରେ ରୁଣ୍ଡ ହୋଇଥିଲେ। ସେହିପରି ବିଜେପି ଓ ଆରଏସଏସର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଥିଲେ। ଉତ୍ତେଜନା ଦେଖା ଦେବାରୁ ଲୋକେ ସିମୁଳିଆ ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେକ କାଦରିକକୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ଗୋମାଂସ ଜବତ କରିଥିବା ଜଣାପଡ଼ିଛି। ଏନେଇ ଯୁବକ ଜଣକ କହନ୍ତି, ସେ ଉକ୍ତ ମାଂସ ବାସୁଦେବପୁରରୁ ଆଣିଛନ୍ତି । ଆଜି ତାଙ୍କ ପିଉସୀ ଝିଅଙ୍କ ଲଗ୍ନଧରା ଥିବାରୁ ତାଙ୍କୁ ଆଣିବା ପାଇଁ କୁହାଯାଇଥିଲା ।
