ଟୋକିଓ ପାରାଲିମ୍ପିକ୍ସ ଖେଳାଳିଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା
ଟୋକିଓ : ମହାମାରୀ କରୋନା କଟକଣା ମଧ୍ୟରେ ଆସନ୍ତା ବୁଧବାର ଠାରୁ ଆରମ୍ଭ ହେଉଛି ଟୋକିଓ ପାରାଲିମ୍ପିକ୍ସର ୧୬ଶ ସଂସ୍କରଣ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଠାରୁ ନ୍ୟାସନାଲ ଷ୍ଟାଡିୟମରେ ଟୋକିଓ ପାରାଲିମ୍ପିକ୍ସ ଆୟୋଜନ ହେବ। ସମ୍ରାଟ ନାରୁହିଟୋ କ୍ରୀଡ଼ାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱର ୧୬୩ଟି ଦେଶରୁ ମୋଟ୍ ୪୫୩୭ ଜଣ କ୍ରୀଡ଼ାବିତ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ମୋଟ୍ ୨୨ଟି କ୍ରୀଡ଼ାରେ ୫୩୯ଟି ଇଭେଣ୍ଟ ଆୟୋଜିତ ହେବ । ଏହି କ୍ରୀଡ଼ା ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଚାଲିବ। ଶାରୀରିକ ଓ ମାନସିକ ଭାବେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗଙ୍କ ପାଇଁ ଏହି କ୍ରୀଡ଼ା ମହାକୁମ୍ଭ ୧୯୬୦ (ରୋମ୍)ରୁ ଆୟୋଜନ ହୋଇଆସୁଛି। ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଯେଉଁ ସହରରେ ଆୟୋଜନ ହୋଇଥାଏ; ସେଠାରେ ସମାନ୍ତରାଳ ଭାବେ ଏହି କ୍ରୀଡ଼ା ଆୟୋଜନ ହୋଇଥାଏ। ମାନସିକ, ଶାରୀରିକ ଓ ଦୃଷ୍ଟିବାଧିତଙ୍କ ପାଇଁ ଏହି କ୍ରୀଡ଼ା ଉଦ୍ଦିଷ୍ଟ।
Best wishes to the entire contingent competing at the #Paralympics #Praise4Para #Cheer4India #Tokyo2020 . My SandArt at Puri Beach in Odisha. pic.twitter.com/bjFC8TwH7r
— Sudarsan Pattnaik (@sudarsansand) August 23, 2021
ଟୋକିଓ ପାରାଲିମ୍ପିକ୍ସରେ ୪୦ଜଣ ପୁରୁଷ ଓ ୧୪ଜଣ ମହିଳାଙ୍କ ସମେତ ୫୪ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିବେ। ଉଦ୍ଘାଟନୀ ଉତ୍ସବରେ ମାରିଆପ୍ପାନ ଥଙ୍ଗାଭେଲୁ ଭାରତୀୟ ଦଳର ନେତୃତ୍ୱ ନେଇ ତ୍ରିରଙ୍ଗା ଧାରଣ କରିବେ । ତାଙ୍କ ସହ ମୋଟ୍ ୧୧ ଜଣ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ବ୍ୟାଡମିଣ୍ଟନ ଏହି ପାରାଲିମ୍ପିକ୍ସରେ ପଦାର୍ପଣ କରିବ । ଅନ୍ୟ ପରେ ଟୋକିଓ ପାରାଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବ ପୂର୍ବରୁ ପୁରୀ ବେଳାଭୂମିରେ ବାଲୁକା ଶୀଳ୍ପି ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛି।
