ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପେକ୍ସ ସମ୍ପାଦକ
ବରଗଡ଼ : ଭିଜିଲାନ୍ସ ଜାଲରେ ବରପାଲି ବ୍ଲକ କୁମ୍ଭାରୀ ସମବାୟ ସମିତି ( ପେକ୍ସ) ସମ୍ପାଦକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପେକ୍ସ ସମ୍ପାଦକ ଗୌର ଚନ୍ଦ୍ର ବୁଦ୍ଧିଆଙ୍କ ଘରେ ଚଢାଉ ।
କୁମ୍ଭାରୀସ୍ଥିତ ଅଫିସ ଓ ବାସଭବନରେ ଚଢ଼ାଉ ହୋଇଛି । ସମ୍ବଲପୁର ଏସ୍ପିଙ୍କ ନିର୍ଦେଶ କ୍ରମେ ବରଗଡ଼ ଭିଜିଲାନ୍ସ ଡିଏସ୍ପି ଦାଶରଥି ସେଠୀଙ୍କ ନେତୃତ୍ବରେ ଦୁଇଟି ଟିମ ଚଢାଉରେ ସାମିଲ ହୋଇଛନ୍ତି । ତେବେ ଚଢାଉ ପରେ ଜଣାପଡିବ ଜବତ ସମ୍ପତ୍ତିର ଆକଳନ ।
