ବାଲେଶ୍ୱର : ବ୍ରାଉନସୁଗାର ଜବତ, ଜଣେ ମହିଳା ଅଟକ
ବାଲେଶ୍ୱର : ବ୍ରାଉନସୁଗାର କାରବାରର ହବ ପାଲଟିଥିବା ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରୁ ପୁଣି ବ୍ରାଉନ ସୁଗାର ଜବତ । ରାଜପୁର ବସ୍ତିରେ ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଏଥିସହିତ ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ମହିଳା ଜଣକ ହେଲେ ଶେଖ୍ ସରିଫ୍ର ପତ୍ନୀ ଜୟୀଗୁନ୍ ବିବି (୨୬) ।
ସୂଚନା ଯେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଳେଶ୍ୱର ପୋଲିସ ସୋମବାର ରାତି ପ୍ରାୟ ୧୦ଟା ୧୫ ମିନିଟ ସମୟରେ ରାଜପୁର ବସ୍ତି ସେକ ସରିଫଙ୍କ ଘର ଉପରେ ଚଢ଼ାଉ କରିଥିଲା । ଚଢାଉ ସମୟରେ ଏସଡିପିଓ ଅଙ୍କିତା କୁମ୍ଭାର, ଜଳେଶ୍ୱର ଥାନାଧିକାରୀ ପ୍ରଜ୍ଞା ମହାନ୍ତିଙ୍କ ସହିତ ୨୦ ଜଣିଆ ଟିମ ଉପସ୍ଥିତ ଥିଲେ । ପାଖାପାଖି ୫ଶହ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିବା ସହ ସହିତ ବ୍ରାଉନସୁଗାର ପ୍ୟାକିଙ୍ଗରେ ବ୍ୟବହୃତ ରଙ୍ଗୀନ କାଗଜ ଜବତ କରିଛି । ଜବତ ବ୍ରାଉନ ସୁଗାରର ବଜାରର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଅଭିଯୁକ୍ତ ମହିଳାକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
