ଆଫଗାନସ୍ତାନ ଯିବା ପାଇଁ ବାଂଲାଦେଶ ସୀମାରୁ ଅନୁପ୍ରବେଶ ଯୋଜନା, ବିଏସଏଫ ଆଲର୍ଟ
କଲିକତା : ଆଫଗାନିସ୍ଥାନକୁ ତାଲିବାନ ଅକ୍ତିଆରକୁ ନେବା ପରେ ବାଂଲାଦେଶୀ କଟ୍ଟରପନ୍ଥୀ ମାନେ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଯୋଗଦେବାର ସମ୍ଭାବନା ରହିଛି । ଏଥିପାଇଁ ପଶ୍ଚିମବଙ୍ଗ ସହିତ ଲାଗିଥିବା ଭାରତୀୟ-ବାଂଲାଦେଶ ସୀମା ଅନୁପ୍ରବେଶ ପାଇଁ ବ୍ୟବହାର କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖବ ସୀମା ସୁରକ୍ଷା ବଳ (ବିଏସଏଫ) କୁ ସତର୍କ କରାଯାଇଛି । ବିଏସଏଫ ଦକ୍ଷିଣ ସୀମା, କଲିକତା ଡିଜି ତଥା ମୁଖପାତ୍ର ସୁରଜିତ ସିଂ ଗୁଲେରିଆ କହିଛନ୍ତି ଯେ, ଆନ୍ତର୍ଜାତୀୟ ସମୀାରେ ବିଏସଏଫ୍ ସମ୍ପୂର୍ଣ୍ଣ ସତର୍କ ରହିଛି ।
ଏହା ପୂର୍ବରୁ ଢ଼ାକା ପୋଲିସ କମିଶନର ସଫିକୁଲ ଇସଲାମ କହିଥିଲେ ଯେ, କିଛି ଯୁବକ ଭାରତ ଦେଇ ଆଫଗାନିସ୍ଥାନ ଯାଇଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କୁ ସୁରକ୍ଷା ଏଜେନସିମାନେ ମଧ୍ୟ ଅଟକ ରଖିଛନ୍ତି । କିନ୍ତୁ ସଫିକୁଲ ଗିରଫ ହୋଇଥିବା ଯୁବକଙ୍କ ସଂଖ୍ୟା ଦେଇନାହାଁନ୍ତି ।
